www.samajalive.in
Monday, December 8, 2025
24.1 C
Bhubaneswar

ବରୁଣ ଅନୁଷ୍କାଙ୍କ ‘ସୁଇଧାଗା’

କଟକ: ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଓ ଶରତ କଟାରିଆଙ୍କ ନିର୍ଦେଶିତ ‘ସୁଇଧାଗା’ ଏ ସିନେମା ସପ୍ତାହରେ ମହାନଗରୀର ପ୍ରେକ୍ଷାଘରକୁ ଆସିଛି।  ଏହି ହିନ୍ଦୀ ସିନେମାଟି ଏକ ଚମତ୍କାର ମେଲୋଡ୍ରାମା ଏବଂ ଏଥିରେ ରହିଛି ଦରଜିପୁଅ ଓ ଏମ୍ବ୍ରୋୟଡୋରି କରୁଥିବା ଝିଅର କଥା। ଏହା ‘ୟଶ୍‍ରାଜ୍‍’ ବ୍ୟାନର୍‍ରେ ନିର୍ମିତ ଏବଂ ଏ ସିନେମାରେ ବରୁଣ ଧାୱନ୍‍ ଓ ଅନୁଷ୍କା ଶର୍ମା ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିଛନ୍ତି। ମୌଜି ନମାକ ଏକ ଯୁବ ଦରଜି ଭୂମିକାରେ ବରୁଣ ରହିଥିଲା ବେଳେ ଏମ୍ବ୍ରୋୟଡୋରି ପକାଉଥିବା ମମତା ନାମ୍ନୀ ଯୁବତୀ ଚରିତ୍ରରେ ଅଛନ୍ତି ଅନୁଷ୍କା। ଦରଜି ମୌଜିର ବାପା ଭୂମିକାରେ ଅଛନ୍ତି ରଘୁବୀର ସିଂ ଯାଦବ। ସିନେମାଟି  ଦର୍ଶକଙ୍କ ମନକୁ ଛୁଇଁଛି।

- Advertisement -

ପୁଣି ଦୁଇ ଭଉଣୀଙ୍କ ମଜାଦାର ଶତ୍ରୁତା ଦେଖରବାକୁ ମିଳିଛି ବିଶାଳ ଭରଦ୍ୱାଜଙ୍କ ସିନେମା ‘ପଟାଖା’ରେ। ଚରଣ ସିଂହ ପାଠକଙ୍କ ଏକ କ୍ଷୁଦ୍ରଗଳ୍ପକୁ ଆଧାର କରି ସିନେମାଟି ଗଢିଉଠିଛି। ବିଶାଳ ଭରଦ୍ୱାଜ ଏହାର ପ୍ରଯୋଜକ, ନିର୍ଦେଶକ ଓ ସଂଗୀତ ନିର୍ଦେଶକ ଥିଲା ବେଳେ ଗୀତ ଲେଖିଛନ୍ତି ଗୁଲଜାର।
ଦୁଇ ଭଉଣୀ ବଡ୍‍କୀ ଓ ଛୁଟ୍‍କୀ ଚରିତ୍ରରେ ରାଧିକା ମଦନ୍‍ ଓ ସାନ୍ୟା ମାଲହୋତ୍ରା ଚମତ୍କାର ପ୍ରଦର୍ଶନ ରଖିଥିଲା ବେଳେ ପିତା ଚରିତ୍ରରେ ଅଛନ୍ତି ବିଜୟ ରାଜ୍‍। ଦୁଇ ଭଉଣୀଙ୍କ ଗାଳିଗୁଲଜ ଓ ମାଡ଼ପିଟାପିଟି ଦୃଶ୍ୟ ହୋଇଛି ଅତି ଜୀବନ୍ତ।

ଏ ସପ୍ତାହରେ ରିଲିଜ୍‍ ହୋଇଛି ସମ୍ବିତ୍‍ ଅଭିନୀତ ଓ ନିମାଇଁ ଓଝା ନିର୍ଦେଶିତ ଓଡ଼ିଆ ସିନେମା ‘ମନ ଖାଲି ତତେ ଚାହେଁ’। କହ୍ନେଇ ମେହେର ଓ ଦୀପକ ସାହୁଙ୍କ ପ୍ରଯୋଜିତ ଏ ସିନେମାରେ ସଂଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ ମଜୁମ୍‍ଦାର।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories