www.samajalive.in
Wednesday, December 10, 2025
18.1 C
Bhubaneswar

ନଳବଣରୁ ମାଛମାରିଲେ ଦେଢ ହଜାର ମତ୍ସ୍ୟଜୀବୀ

ଚିଲିକା/କୃଷ୍ଣପ୍ରସାଦ : ଚିଲିକାକୁ ଘେରିମୁକ୍ତ କରିବାରେ ସରକାରଙ୍କ ଅସଫଳତାକୁ ପ୍ରତିବାଦ ଜଣାଇ ଶୁକ୍ରବାର ପ୍ରାୟ ଦେଢ ହଜାର ମତ୍ସ୍ୟଜୀବୀ ନଇରୀ ଜେଟିରୁ ୨୦୦ଟି ଡଙ୍ଗାରେ ଯାଇ ନିଷିଦ୍ଧାଞ୍ଚଳ ନଳବଣରେ ଜାଲ ପକାଇ ମାଛ ମାରିଛନ୍ତି। ଫଳରେ ସରକାରୀ କର୍ତ୍ତୃପକ୍ଷ ସଜାଗ ହୋଇ ମତ୍ସ୍ୟଜୀବୀମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଚିଲିକାର ବିସ୍ତୃତ ଅଞ୍ଚଳରେ କେତେକ ମୁଷ୍ଟିମେୟ ବ୍ୟକ୍ତି ବାଡ଼ ପକାଇ ଘେରି ନିର୍ମାଣ କରି ଚିଙ୍ଗୁଡି ଚାଷ କରୁଥିବାରୁ ମତ୍ସ୍ୟଜୀବୀ ଜୀବନ ଜୀବିକା ନିର୍ବାହନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ବିଭିନ୍ନ ସମୟରେ ସରକାରୀ ଉଚ୍ଚ ପଦାଧିକାରୀଙ୍କୁ ସ୍ମାରକ ପତ୍ର ଦେଇ ଏହାର ଆଶୁ ସମାଧାନ କରିବାକୁ ଦାବି କରୁଥିଲେ। ଗତ ତିନି ଦିନ ତଳେ ଚିଲିକା ବିଡିଓଙ୍କୁ ଏକ ସ୍ମାରକ ପତ୍ର ଦେଇ ଚିଲିକାକୁ ତୁରନ୍ତ ଘେରିମୁକ୍ତ କରିବା ପାଇଁ ଦାବି କରିଥିଲେ ଏବଂ ତୁରନ୍ତ ଘେରିମୁକ୍ତ କରା ନ ଗଲେ ସେମାନେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଉଲ୍ଳେଖ କରିଥିଲେ।
ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ମତ୍ସ୍ୟଜୀବୀ ମହାସଂଘର ସଭାପତି ରବୀନ୍ଦ୍ର ବେହେରା, ସମ୍ପାଦକ ଦୁଃଖୀଶ୍ୟାମ ଜାଲି ଓ ମୁଖପାତ୍ର ପରେଶ ଜାଲି ପ୍ରମୁଖଙ୍କ ନେତୃତ୍ୱରେ ପ୍ରାୟ ଦେଢ ହଜାର ମତ୍ସ୍ୟଜୀବୀ ନିଜର ଦାବିକୁ ହାସଲ କରିବାକୁ ଯାଇ ୨୦୦ଟି ଡଙ୍ଗାରେ ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ ଜବରଦସ୍ତ ଭାବେ ପଶିବା ସହ ଜାଲ ପକାଇ ମତ୍ସ୍ୟ ସଂଗ୍ରହ କରିଥିଲେ। ମତ୍ସ୍ୟଜୀବୀଙ୍କୁ ଏହି ଆନ୍ଦୋଳନରୁ ନିବୃତ କରାଇବାକୁ ଯାଇ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ସହକାରୀ ବନ ସଂରକ୍ଷକ ମହେଶ୍ୱର ପଟ୍ଟନାୟକ, କୃଷ୍ଣପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ପ୍ରମୁଖ ଦଶ ଜଣ ଅଧିକାରୀ ବ୍ୟାପକ ପୁଲିସ ଫୋର୍ସ ସହ ନଳବଣରେ ପହଞ୍ଚି ଉତ୍ତ୍ୟକ୍ତ ମତ୍ସଜୀବୀମାନଙ୍କୁ ବୁଝାସୁଝା କରିଥିଲେ। ଘେରି ଉଚ୍ଛେଦ ପାଇଁ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବା ପାଇଁ ସେମାନେ ପ୍ରତିଶ୍ରୁତି ଦେବା ସହ ପ୍ରଶାସନିକ ଅଧିକାରୀମାନେ ଏ ନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି ମତ୍ସ୍ୟଜୀବୀମାନଙ୍କୁ ବୁଝାସୁଝା କରି ଆନ୍ଦୋଳନରୁ କ୍ଷାନ୍ତ କରିଥିଲେ। ଅନ୍ୟ ପକ୍ଷରେ ସରକାର ଯଦି ତୁରନ୍ତ ଚିଲିକାକୁ ଘେରିମୁକ୍ତ କରିବାରେ ବିଳମ୍ବ କରନ୍ତି ତେବେ ଚିଲିକାର ଉପକୂଳବର୍ତ୍ତୀ ସମସ୍ତ ମତ୍ସ୍ୟଜୀବୀ ସଙ୍ଗଠନଗୁଡିକ ଏକଜୁଟ୍‍ ହୋଇ ବଡ଼ଧରଣର ଆନ୍ଦୋଳନ କରିବା ସହ ନଳବଣରୁ ବିଦେଶୀ ପକ୍ଷୀଙ୍କୁ ଘଉଡାଇ ଦେବେ। ଫଳରେ ପକ୍ଷୀଙ୍କ ସୁରକ୍ଷା ବାବଦରେ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନକୁ ବାଟ ମାରଣା କରିବା ପାଇଁ ଅଧିକାରୀମାନେ ସୁଯୋଗ ପାଇବେ ନାହିଁ ବୋଲି ମତ୍ସ୍ୟଜୀବୀ ମହାସଂଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଚିଲିକାକୁ ସମ୍ପୂର୍ଣ୍ଣ ଘେରିମୁକ୍ତ କରା ନ ଗଲେ ନଳବଣରେ ଥିବା ନିଷିଦ୍ଧାଞ୍ଚଳରେ ଅବାଧ ପ୍ରବେଶ କରି ଆଇନ୍‍କୁ ହାତକୁ ନେବାକୁ ଚେତାବନୀ ଦେଇଛନ୍ତି। ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ ନିମନ୍ତେ ଚନ୍ଦ୍ରାପୁଟ, ନଇରୀ, ସୋରଣ, ବଉଳାବନ୍ଧ, ବରକୂଳ ଇଲାକାର ମତ୍ସ୍ୟଜୀବୀମାନେ ସହକାରୀ ବନଖଣ୍ଡ ଅଧିକାରୀ ମହେଶ ପଟ୍ଟନାୟକଙ୍କୁ ଦାବିପତ୍ର ଦେଇଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories