www.samajalive.in
Tuesday, December 9, 2025
17.1 C
Bhubaneswar

ନିଶା ନିବାରଣ ବାର୍ତ୍ତା ଦେଇ ବୃଦ୍ଧଙ୍କ ଦିଲ୍ଲୀ ପଦଯାତ୍ରା

ଲୋଇସିଂହା : ନିଶା ସେବନ ବର୍ଜନ, ଶାରୀରିକ ବ୍ୟାୟମ କରି ସୁସ୍ଥ ଜୀବନଯାପନ ବାର୍ତ୍ତା ଦେଇ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ବୟସ୍କ ପୁରୀ ଶ୍ରୀମନ୍ଦିରରୁ ଦିଲ୍ଲୀ ପଦଯାତ୍ରା କରୁଥିବା ବେଳେ ବୁଧୁବାର ରାତିରେ ସେ ଲୋଇସିଂହାଠାରେ ପହଞ୍ଚିଥିଲେ। ତାଙ୍କୁ ସନ୍ଧ୍ୟାରେ ସ୍ଥାନୀୟ କେତେକ ଯୁବକ ଅଗ୍ରେସନ ଭବନରେ ରହିବା ପାଇ ବ୍ୟବସ୍ଥା କରିଥିବା ବେଳେ ସେ ଗୁରୁବାର ସକାଳୁ ପୁଣ ପଦଯାତ୍ରାରେ ବରଗଡ ଅଭିମୁଖେ ଯାଇଥିଲେ। ବରଗଡ, ସହେଲା, ରାୟପୁର ଦେଇ ସେ ଦିଲ୍ଲୀ ଯିବେ ବୋଲି ସୂଚନା ଦେଇଛନ୍ତି। ତାଙ୍କ ନାମ ଅଭିରାମ ଶତପଥୀ ଏବଂ ଘର ଝାରସୁଗୁଡା ଜିଲା ବୋଲି ଜଣାପଡିଛି। ସେ ପୂର୍ବରୁ ବଲାଙ୍ଗିର ସଦେଇପାଲିଠାରେ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଥିଲେ। କିଛି ବର୍ଷ ହେଲା ଅବସର ଗ୍ରହଣ କରିଛନ୍ତି। ବର୍ତ୍ତମାନ ଯୁବ ସମାଜ ନିଶା ସେବନ ସହ ଶାରୀରିକ ଅକ୍ଷମ ହୋଇ ପଡୁଥିବାରୁ ସେମାନଙ୍କୁ ସଚେତନ କରିବା ପାଇଁ ସେ ପଦଯାତ୍ରା କରୁଥିବା କହିଛନ୍ତି ଶ୍ରୀ ଶତପଥୀ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories