www.samajalive.in
Friday, December 5, 2025
20.1 C
Bhubaneswar

ଆରମ୍ଭ ହେଲା ୨ଦିନିଆ ଏକାମ୍ର ସ୍ପୋର୍ଟ୍‌ସ ଲିଟେରାରି ଫେଷ୍ଟିଭାଲ

ଭୁବନେଶ୍ୱର : ଇମର୍ଜିଂ ସ୍ପୋର୍ଟ୍‌ସ ଓ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏକାମ୍ର ସ୍ପୋର୍ଟ୍‌ସ ଲିଟେରାରି ଫେଷ୍ଟିଭାଲ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଫେଷ୍ଟିଭାଲକୁ ଉଦଘାଟନ କରିଛନ୍ତି। ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଭୁବନେଶ୍ୱରରେ ଏହି ଫେଷ୍ଟିଭାଲ ଅନୁଷ୍ଠିତ ହେଉଛି।

ଏହି  ମେଗା କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ଏହା ଲୋକଙ୍କ ମନରେ ଖେଳ ପ୍ରତି ବିଶେ​‌ଷ‌ ଉତ୍ସାହ ସୃଷ୍ଟି କରିବ। ଏହା ଖେଳାଳି ଓ ଖେଳକୁ ଭଲ ପାଉଥିବା ଲୋକଙ୍କୁ ଏକାଠି କରିବାରେ ସହାୟକ ହେବ। ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

- Advertisement -

ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, କ୍ରୀଡା ସଚିବ, ପୂର୍ବତନ ସାଂସଦ ତଥା ପ୍ରଖ୍ୟାତ ହକି ତାରକା ଦିଲୀପ ତିର୍କୀ ଏବଂ ଅନେକ କ୍ରୀଡା ସଂଗଠକ ପ୍ରମୁଖ ଯୋଗ ଦେଇଥିଲେ।

ଦେଶ ବିଦେଶର ଅନେକ ତାରକା କ୍ରୀଡାବୀତ୍ ଏହି ମେଗା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଛନ୍ତି। ଆଥଲେଟ୍‌ ବେନ୍‌ ଜନସନ୍‌, ଭାରତୀୟ ହକି ଦଳର ଅଧିନାୟକ ପୂର୍ବତନ ଧନରାଜ ପିଲେ, ଭାରତୀୟ ଟ୍ରାକ୍‌ ଆଣ୍ଡ ଫିଲ୍‌ଡ ଆଥଲେଟ୍‌ ଶାନ୍ତି ସୁନ୍ଦର ରାଜନ, ଅଷ୍ଟ୍ରେଲିଆର ହକି ଅଲିମ୍ପିଆନ ବ୍ରେଣ୍ଟ ଲିଭମୋରଙ୍କ ଭଳି  ପ୍ରଖ୍ୟାତ  କ୍ରୀଡ଼ା ପ୍ରତିଭା ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ  ଭୁବନେଶ୍ୱରରେ ପହଞ୍ଚିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories