www.samajalive.in
Saturday, December 6, 2025
15.1 C
Bhubaneswar

ପରଦାକୁ ଆସିଲା ‘ଏକ ଲଡ଼କି କୋ ଦେଖା ତୋ ଐସା ଲଗା’

ମୁମ୍ବଇ : ସୋନମ କପୁର, ଅନୀଲ କପୁର ଓ ରାଜକୁମାର ରାଓ ଅଭିନୀତ ଚଳଚ୍ଚିତ୍ର ‘ଏକ ଲଡ଼କି କୋ ଦେଖା ତୋ ଐସା ଲଗା’ ଶୁକ୍ରବାର(୧ ପେବୃଆରୀ) ମୁକ୍ତିଲାଭ ହୋଇଛି। ଚଳଚ୍ଚିତ୍ରରେ ଜୁହୀ ଚାୱଲାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ସେଲୀ ଚୋପ୍ରା ଧରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ସୋନମ କପୁର ଓ ଅନୀଲ କପୁରଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର କାହାଣୀ ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ।

ତେବେ ବକ୍ସ ଅଫିସ ବ୍ୟବସାୟ ବିଷୟରେ କହିବାକୁ ଗଲେ, ମିଳିଥିବା ଖବର ଅନୁସାରେ ପ୍ରଥମ ଦିନରେ ଚଳଚ୍ଚିତ୍ର ୨ ରୁ ୩ କୋଟି ଟଙ୍କା ଆୟ କରିପାରେ ବୋଲି ଅନୁମାନ କରାଯାଉଛି। ୩୫-୪୦ କୋଟି ଟଙ୍କା ବଜେଟ୍‍ ରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ସାରା ଦେଶରେ ୮୦୦-୯୦୦ ପରଦାରେ ମୁକ୍ତିଲାଭ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories