www.samajalive.in
Sunday, December 14, 2025
19.1 C
Bhubaneswar

ଆଇଚର ମୋଟର୍ସ ସହ ହାତ ମିଳାଇଲା ଆଇଟିସି, ଇଲେକ୍ଟ୍ରିକ୍ ଗାଡି ଉପରେ ହେବ ଅଧିକ ଫୋକସ୍

ନୂଆଦିଲ୍ଲୀ : ଦେଶର ବାଣିଜ୍ୟିକ ଗାଡି ନିର୍ମାତା କମ୍ପାନୀ Eicher Motors ଆଇଟିସି ସହିତ ହାତ ମିଳାଇଛି । ଆଇଚର ମୋଟର୍ସ ପରିବେଶ ଉପକୂଳ ଯୋଗାଣ ସମାଧାନକୁ ପ୍ରୋତ୍ସାହନ ଦେବା ପାଇଁ ଆଇଟିସି ସହିତ ହାତ ମିଳାଇଛି । ଭାରତରେ ଅଲଗା ଅଲଗା ଆଇଟିସି ଲୋକେସନରେ ଲଜିଷ୍ଟିକର କାମକୁ ସହଜ କରାଯିବ । ଏହି ଚୁକ୍ତି ଅନୁସାରେ ଆଇଟିସି ଭେଣ୍ଡର ପାର୍ଟନରଙ୍କ ଜରିଆରେ ୧୦୦ ୟୁନିଟ୍ସ ନିୟୋଜିତ କରିବ । ଆଇଚର ପ୍ରୋ ୨୦୫୫ ଇଭିକୁ ଆଇଟିସି ଓ୍ବେୟାରହାଉସର କଷ୍ଟମର ଲୋକେସନ ପର୍ଯ୍ୟନ୍ତ ନିଆଯିବ । କହିରଖୁଛୁ ଡିସେମ୍ବର ୨୦୨୩ ପୂର୍ବରୁ ଏହାର ଡେଲିଭରୀ ଆରମ୍ଭ କରାଯାଇଥିଲା ।

କମ୍ପାନୀ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଏହାର ୧୦୦ ଗାଡି ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା, ପୁଣେ ଏବଂ ଅହମଦାବାଦରେ ନିୟୋଜିତ କରାଯିବ । କମ୍ପାନୀର ଏମଡି ତଥା ସିଇଓ ବିନୋଦ ଅଗ୍ରଓ୍ବାଲ ଏହି ଚୁକ୍ତିକୁ ନେଇ କହିଛନ୍ତି କି ଗ୍ରୁପ୍ ଆଇଟିସି ସହିତ ହାତ ମିଶାଇ ବହୁତ ଖୁସି ଅଛି । ମଡର୍ଣ୍ଣ ଲଜିଷ୍ଟିକ୍ ପାଇଁ ମଡର୍ଣ୍ଣ ସମାଧାନ ବହୁତ ଜରୁରି ।

- Advertisement -

ଭାରତର ପ୍ରଥମ ୫.୫ ଟନ୍ ଇଲେକ୍ଟ୍ରିକ୍ ଗାଡି ଟ୍ରକ୍ ଉତ୍ତମ ମାଇଲେଜ୍ ପ୍ରଦାନ ସହ କମ୍ ଖର୍ଚ୍ଚରେ ଡେଲିଭରୀ କରିବାରେ ସକ୍ଷମ । ଏହି ମିନି ଟ୍ରକର ଡେକ୍ ୧୨ ଫୁଟ ଲମ୍ବା ଏବଂ ୨ କଣ୍ଟେନର ସଲ୍ୟୁସନ୍ସ ସହିତ ଆସିଥାଏ । ଏଥିରେ କାର୍ବନ ଏମିଶନକୁ କମ୍ କରିବାରେ ମଧ୍ୟ ସାହାଯ୍ୟ ମିଳିବ । କହିରଖୁଛୁ ଭାରତ ମୋବିଲିଟି ଗ୍ଲୋବାଲ ଅଟୋ ଏକ୍ସପୋ ୨୦୨୪ରେ କମ୍ପାନୀ ଅନେକ ପ୍ରଡକ୍ଟ୍ସକୁ ଶୋକେସ୍ କରିଥିଲା । ଏଥିରେ Eicher Pro 2055 EV ମଧ୍ୟ ସାମିଲ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories