www.samajalive.in
Saturday, December 6, 2025
23.1 C
Bhubaneswar

ଅନୁଚିତ କାର୍ଯ୍ୟଫଳ

ଜଙ୍ଗଲରେ ମର୍କଟମାନଙ୍କର ଏକ ଦଳ ରହୁଥିଲେ। ସେମାନଙ୍କ ଭିତରେ ଅତି ଦୁଷ୍ଟାମି କରୁଥିବା ଏକ ମର୍କଟ ଥିଲା। ପ୍ରାୟତଃ ଦଳର ଅନ୍ୟ ମାଙ୍କଡ଼ମାନଙ୍କୁ ସେ ହଇରାଣହରକତ କରୁଥିଲା। ତେଣୁ ସମସ୍ତେ ତାକୁ ଦେଖିଲା ମାତ୍ରେ କାମୁଡ଼ିବାକୁ ଗୋଡ଼ାଉଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ଦିନ ଥିଲା। ଜଙ୍ଗଲରେ ଖାଇବାପିଇବାରେ ସମସ୍ୟା ସୃଷ୍ଟି ହେଲା। ନଦୀ ଝରଣା ଶୁଖିଗଲା। ଦଳପତି ସ୍ଥିର କଲେ ଜଙ୍ଗଲଛାଡ଼ି ଗାଁରେ ରହିଲେ ଖାଦ୍ୟ ପାନୀୟର ବି​‌େ​‌ଶଷ ଅଭାବ ହେବନାହିଁ। ତଦନୁଯାୟୀ ଗ୍ରାମରେ ରହି ୟା’ ତା’ର ବାଡ଼ିବଗିଚାରେ ଥିବା ଫସଲଖାଇ, ଏପରିକି ବାହାରେ ଥୁଆ ହୋଇଥିବା ଖାଦ୍ୟ ଖାଇ ବେଶ ଅୟସରେ ରହିଲେ, ସଂକଟ ଟଳିଗଲା।
ଗ୍ରାମର ମଧ୍ୟ ଭାଗରେ ଏକଦା କାଠ ଚିରାଳିମାନେ ଚିରୁଥିବା କାଠଗଡ଼ ଅଧା ଛାଡ଼ି ଖାଇବାକୁ ଚାଲିଯାଇଥିଲେ। ସେହି ଚିରାକାଠ ଗଡ଼ ମଝିରେ ଏକ କିଳା ବାଡ଼େଇଦେଇ ଯାଇଥିଲେ। ଦୁଷ୍ଟ ମାଙ୍କଡ଼ଟି ବୁୁଲୁବୁଲୁ ସେହି ସ୍ଥାନରେ ପହଞ୍ଚିଥିଲା। ସୈତାନ ପ୍ରକୃତି ବଶତଃ ଅନ୍ୟମାନେ ଗଛଡାଳରେ ଡିଆଁକୁଦା କରୁଥିଲାବେଳେ ଦୁଷ୍ଟ ସ୍ବଭାବର ମାଙ୍କଡ଼ଟି ସେହି କାଠଗଡ଼ ନିକଟକୁ ଚାଲିଆସିଥିଲା।
ପ୍ରକୃତି ବଶତଃ ମଝିରେ ବସିଯାଇ ସେହି କିଳାକୁ ହଲାଇବାକୁ ଲାଗିଲା। କିଳାଟି ଶକ୍ତ ଭାବରେ ବାଡ଼ିଆ ଯାଇଥିବାରୁ ମାଙ୍କଡ଼ଟି ବେଶ୍‌ ପରିଶମ କରି ଏହାକୁ ହଲାଇବାରେ ଲାଗିଥାଏ। ଶେଷରେ କିଳାଟି ହୁଗୁଳି ଯାଇଥିଲା। ହେଲେ ଏହା ତା’ର ଅଜାଣତରେ ଘୋର ବିପଦକୁ ଆମନ୍ତ୍ରଣ କରି ଆଣିଥିଲା। ଅଧା ଚିରା କାଠଗଡ଼ ଉପରେ ବସିଥିବା ସମୟରେ ଅଲକ୍ଷ୍ୟରେ ତା’ର ଲାଞ୍ଜଟି ଚିରା ହୋଇଥିବା ଫାଟ ଭିତରେ ରହିଯାଇଥିଲା। କିଳାଟି ଉପାଡ଼ି ଦେବାମାତ୍ରେ ଲାଞ୍ଜଟି ଚାପି ହୋଇଯିବାରୁ ମାଙ୍କଡ଼ ଯନ୍ତ୍ରଣାରେ ଛଟପଟ ହେଲା। ଜୋରରେ ଚିତ୍କାର କରିବାକୁ ଲାଗିଲା। ବହୁତ ଚେଷ୍ଟା କଲେ ମଧ୍ୟ ବାହାରିବାର ଉପାୟ ନଥିଲା।
ଚିତ୍କାରଶୁଣି ଆଖପାଖରେ ସବୁ ମାଙ୍କଡ଼ମାନେ ପାଖରେ ଜମା ହୋଇଗଲେ। ସେମାନେ କେବଳ ଏହି ଦୃଶ୍ୟ ଦେଖୁଥାନ୍ତି। ପ୍ରତିକାରର କୌଣସି ଉପାୟ ନଥିଲା। ଏହି ସମୟରେ ଦୁଷ୍ଟମାଙ୍କଡ଼ଟି ଦେଖିବାକୁ ପାଇଲା କାଠ ଚିରାଳିମାନେ ସେହି ଦିଗକୁ ଆସୁଛନ୍ତି। ଲାଞ୍ଜ ସଂକଟ ପରିବର୍ତ୍ତେ ଏବେ ପ୍ରାଣସଂକଟ ଉପସ୍ଥିତ ​‌େ​‌ବାଲି ମାଙ୍କଡ଼ଟିର ହୃଦ୍‌ବୋଧ ହେଲା ଯଃ ପଳାୟତି ସ ଜୀବତି-ଜୀବନ ବଞ୍ଚାଇବାକୁ ହେବ। ଅନ୍ୟଥା କାଠ ଚିରାଳିମାନେ ସେହି ସ୍ଥାନରେ ପହଞ୍ଚିଗଲେ କିଛି ବି କରିପାରନ୍ତି। । ସବୁ ଶକ୍ତି ଖଟାଇ ଉଦ୍ଧାରର ଚେଷ୍ଟା କରିବା ଫଳ ଏଇଆ ଥିଲା ଯେ ଲାଞ୍ଜଟି ଛିଡ଼ି ସେହି ଅଧା ଚିରା ହୋଇଥିବା କାଠଗଣ୍ଡି ଭିତରେ ରହିଯାଇଥିଲା।
ଏହାର ସାରବତ୍ତା ହେଲା, ଦୁଷ୍ଟାମିର ପରିଣତି ଆଦୌ ଶୁଭଙ୍କର ହୋଇନଥାଏ। ସୀମିତ ପରିମାଣରେ ଦୁଷ୍ଟାମି କେତେକ କ୍ଷେତ୍ରରେ ଚଳନୀୟ, କିନ୍ତୁ ଅତ୍ୟଧିକ ଦୁଷ୍ଟାମି ପ୍ରାଣସଂଶୟକୁ ଆମନ୍ତ୍ରଣ କରିଆସିଥାଏ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories