www.samajalive.in
Thursday, December 11, 2025
14.1 C
Bhubaneswar

ଭଲ ସମୟ ଅପେକ୍ଷାରେ : ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ସ୍ବାଗତଯୋଗ୍ୟ

କରୋନା ସଂକ୍ରମଣଜନିତ ଦୁଃସମୟରୁ ଦେଶବାସୀଙ୍କୁ ଓ ଦେଶର ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଯେଉଁ ପଦକ୍ଷେପମାନ ଗ୍ରହଣ କରିଛନ୍ତି ତାହାକୁ ଖାପ ଖୁଆଇଲାଭଳି ଭାରତୀୟ ରିଜର୍ଭ ବ୍ୟାଙ୍କ କେତେକ ନୀତି ଓ କାର୍ଯ୍ୟକ୍ରମ ହାତକୁ ନେଇଛି। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର କରୋନା ସଂକଟକାଳୀନ ଯେଉଁସବୁ ଆର୍ଥିକ ପଦକ୍ଷେପ ଘୋଷଣା କରିଛନ୍ତି ତାହା ସ୍ବାଗତଯୋଗ୍ୟ। ଏଭଳି ଏକ ଆପତ୍‌କାଳୀନ ସ୍ଥିତିରେ ରିଜର୍ଭ ବ୍ୟାଙ୍କ ଯେଉଁସବୁ ପଦକ୍ଷେପ ନେବା ଉଚିତ ବୋଲି ଆଶା କରାଯାଉଥିଲା ତାହା ହୋଇଛି। ସାଧାରଣ ଜନତା ରିଜର୍ଭ ବ୍ୟାଙ୍କ୍‌ର ଆର୍ଥିକ ନୀତି ଓ ପଦକ୍ଷେପ ସମ୍ପର୍କରେ ବିଶେଷ କିଛି ବୁଝନ୍ତି ନାହିଁ। ସେମାନଙ୍କର ରୋଜଗାର, ପେଟପାଟଣା ଓ ସୁରକ୍ଷା ପ୍ରଥମ ଆବଶ୍ୟକତା ହୋଇଥିବାରୁ ସରକାର ତାହା ନିଶ୍ଚିତ କରିଥାନ୍ତି। ଦୁଇଦିନ ତଳେ କେନ୍ଦ୍ରସରକାର ଏକଲକ୍ଷ ୭୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର କରୋନା ପ୍ୟାକେଜ ଘୋଷଣା କରିଥିଲେ। ଏବେ ଅର୍ଥନୀତିକୁ ସୁଧାରିବା, ବ୍ୟାଙ୍କ ବ୍ୟବସ୍ଥା ମାଧ୍ୟମରେ କୋହଳ ହାରରେ ବ୍ୟବସାୟୀ, ଉଦ୍ୟୋଗୀ ଓ ସେବା କ୍ଷେତ୍ରକୁ ଋଣଦେବା ତଥା ଦେଶରେ ନଗଦର ଅଭାବ ଯେପରି ନ’ରହେ ତାହା ସୁନିଶ୍ଚିତ କରିବାର କାମ ରିଜର୍ଭ ବ୍ୟାଙ୍କର ଥିଲା ଏବଂ ସେଥିପାଇଁ ପ୍ରୟାସ ଆରମ୍ଭ ହୋଇଛି।
ରିଜର୍ଭବ୍ୟାଙ୍କ ରେପୋରେଟ ହାର ଦଶମିକ ୭୭ ଶତାଂଶ କମାଇ ଏହାକୁ ୪.୪% କରିଛନ୍ତି। ସେହିଭଳି ରିଭର୍ସ ରେପୋରେଟ ଦଶମିକ ୯୦ ଶତାଂଶ ହ୍ରାସ କରାଯାଇଛି। ଏହାଦ୍ବାରା ବ୍ୟାଙ୍କ ସମୂହ ରିଜର୍ଭ ବ୍ୟାଙ୍କରେ କମ୍‌ସୁଧରେ ଟଙ୍କା ଜମା ନ’ରଖି ଲୋକଙ୍କୁ ଋଣ ଦେବେ। ସେହିଭଳି ବିଭିନ୍ନ ଅଗ୍ରାଧିକାର କ୍ଷେତ୍ରକୁ ବ୍ୟାଙ୍କମାନେ ଦେଇଥିବା ଋଣର କିସ୍ତି ପରିଶୋଧ ଉପରେ ତିନିମାସିଆ ସ୍ଥଗିତାଦେଶ ଜାରି କରାଯାଇଛି। ଏହା ଫଳରେ ସଂକଟଗ୍ରସ୍ତ ଋଣକାରୀ ସାମୟିକ ଭାବେ ଉପକୃତ ହେବେ ଏବଂ ସଂପୃକ୍ତ ଋଣ ବ୍ୟାଙ୍କଗୁଡ଼ିକର ଅଚଳ ପୁଞ୍ଜି ଭାବେ ବିବେଚିତ ହେବନାହିଁ।
ସତକଥାଟି ହେଲା କରୋନାର ପ୍ରଭାବ ଦେଶ ଓ ବିଶ୍ବର ଅର୍ଥନୀତି ଉପରେ ପ୍ରକାଣ୍ଡଭାବେ ପଡ଼ିଛି ଏବଂ ଏହାର ପ୍ରଭାବ ଆଉ ଅଳ୍ପଦିନପରେ ତୀବ୍ରଭାବେ ଅନୁଭୂତ ହେବ। ସାରା ଦୁନିଆ ଯେତେବେଳେ ଏକ କଠୋର ସମୟ ଦେଇ ଗତି କରୁଛି ଆମେ ସେଥିରୁ ନିଆରା ନୁହନ୍ତି। ତେଣୁ ଖରାପ ସମୟର ମୁକାବିଲା କରିବା ପାଇଁ ଯଥାସମ୍ଭବ ଯାହା କରାଯିବା ଉଚିତ ଭାରତ ସରକାର ତାହା କରୁଛନ୍ତି। ରିଜର୍ଭ ବ୍ୟାଙ୍କ ମଧ୍ୟ ସେଇ ବିଚାରରେ କାମ କରୁଛି। ଭବିଷ୍ୟତରେ ଆଉ କିଛି ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଛି। ଭଲ ସମୟକୁ ଅପେକ୍ଷା କରିବାସହ ଆମକୁ ପ୍ରସ୍ତୁତ ରହିବାକୁ ହେବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଯଥାର୍ଥରେ କହିଛନ୍ତି ଖରାପ ସମୟ ବେଶୀ ଦିନ ରହେନା। ଦୃଢ଼ମନା ଓ ଶକ୍ତିଶାଳୀ ଲୋକ ଏବଂ ଅନୁଷ୍ଠାନ ତିଷ୍ଠି ରହେ। ସେଇ ସମୟକୁ ଆସନ୍ତୁ ଅପେକ୍ଷା କରିବା ଏବଂ ଆମ ନେତୃତ୍ବ, ଅନୁଷ୍ଠାନର ଶକ୍ତି, ସାମର୍ଥ୍ୟ ଓ ବିଚାରବୁଦ୍ଧିକୁ ପରଖିବା।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories