BJD Bijuli 480×75 Mob

ବ୍ୟାକୁଳିତ କର୍ମୀ ଓ ବିଚଳିତ ନେତା

BJD Bijuli 480×75 Mob
0

ସୁକାନ୍ତ କୁମାର ମହାନ୍ତି

ଆଉ ମାସକ ପରେ ସାଧାରଣ ନିର୍ବାଚନ। ଏଥିପାଇଁ ଏକ ବର୍ଷକତଳୁ ସବୁ ରାଜନୈତିକ ଦଳ, ନେତା ଓ କର୍ମୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ସଜବାଜ, ଓଡ଼ିଆ ଭାଷାର ଅରୁଚିକର ଶବ୍ଦ ଖୋଜା, ଆରୋପ ପ୍ରତ୍ୟାରୋପ, ଅଙ୍ଗଭଙ୍ଗୀ, ଗୀତନାଚ, ଧନ ସଂଗ୍ରହ ଓ ମନ ନେବାକୁ କିଣାବିକା। ବିଶେଷ କରି, ଏ ବର୍ଷ ଆଗାମୀ ନିର୍ବାଚନର ପ୍ରଚାର- ପ୍ରସ୍ତୁତି ବିଗତ ବର୍ଷ ଗୁଡ଼ିକଠାରୁ ଆହୁରି ଆକ୍ରମଣାତ୍ମକ ହେବା ନିଶ୍ଚିତ। ଯାହା ଇଙ୍ଗିତ ମିଳିଲାଣି ଦାଦାଗିରି, ଗୁଣ୍ଡାଗିରି, ରକ୍ତପାତ ଏହାର ମୁଖ୍ୟ ଆୟୁଧ ହେବ। ନିର୍ବାଚନ ନିମନ୍ତେ ମତଦାତା ବୁଥକୁ ଯାଇ ନିର୍ବାସନ ଦଣ୍ଡ ଭୋଗିବେ ନାହିଁ ତ ! ଭୟାତୁର ପରିବେଶ ସାଧାରଣ ଜନତାକୁ ଅତିଷ୍ଠ କରୁଥିବାବେଳେ ଉତ୍ସାହିତ କରିଛି କର୍ମୀ ଓ ଦଲାଲଙ୍କୁ। ଦେଖାଯାଏ ବ୍ୟାକୁଳିତ କର୍ମୀ, ଆତଙ୍କିତ ନେତା, ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଏହି ନିର୍ବାଚନକୁ। ଭାଙ୍ଗି ପଡ଼ୁଛି ପରିବାର, ଗାଁ, ସାଇ, ବସ୍ତି, କଲୋନୀ ଓ ମିତ୍ରତା। ଯେତେ ପାର୍ଟି ସେତେ ଭାଗ ହୋଇଥାଏ ପରିବାରଠାରୁ ମିତ୍ରତା ପର୍ଯ୍ୟନ୍ତ। ଅବଶ୍ୟ କେତେକ ଚତୁର ପରିବାର ଅଛନ୍ତି ନିଜର ଫାଇଦା ପାଇଁ ସବୁ ଦଳରେ ଘରଟିକୁ ଭାଗ କରିବାର ଅଭିନୟ କରନ୍ତି ଓ ନିର୍ବାଚନ ପରେ ଏକ ହୋଇ ଫାଇଦା ବି ନିଅନ୍ତି। ଅତୀତ ପରି ଗାଁର ପବିତ୍ର ସମ୍ପର୍କ, ଐକ୍ୟବଦ୍ଧ ଜୀବନ, ଆପୋସ ବୁଝାମଣା, ମୁରବିପଣିଆର ଗାରିମା ନିର୍ବାଚନରେ ଦେଖାଯାଏନା।
ମିତ୍ରତା କ୍ଷେତ୍ରରେ ଶତ୍ରୁତାର ପ୍ରବେଶ ମର୍ମାହତ କରେ ଅନେକ କ୍ଷେତ୍ରରେ । ରାଜନେତାଙ୍କ ମଧ୍ୟରେ ମିତ୍ରତା ଓ ଶତ୍ରୁତା ମାନେ ର​‌େ​‌ଖନା। କ୍ଷେତ୍ର ଉପରେ ନେତାଙ୍କ ବୟାନବାଜିରେ ଯେଉଁ ନାଟକ ଦେଖାଯାଏ, ତାହା ଅତ୍ୟନ୍ତ କଟୁକର ହୋଇଥାଏ। ନିଜର ବୟସ, ଦକ୍ଷତା, ଅଭିଜ୍ଞତା ଓ ପଦକୁ ଭୁଲି ପାରସ୍ପରିକ ଆରୋପରେ ଯେଉଁ ଶବ୍ଦ, କଟୁଭାଷା, ଅନୁପଯୋଗୀ ବାକ୍ୟ, ବିରକ୍ତିକର ଅଙ୍ଗଭଙ୍ଗୀ ଓ ଅରୁଚିକର ବ୍ୟବହାର ଦେଖାନ୍ତି ତାହା ଅନେକଙ୍କୁ ତିକ୍ତକର ହୋଇଥାଏ। ସମ୍ମାନିତକୁ ଅସମ୍ମାନିତ କରି ନିଜ ପଦର ଅମର୍ଯ୍ୟାଦା କରିବା ମିତ୍ରତାକୁ ଅପମାନିତ କରିଥାଏ। ନେତା ଓ ନେତୃତ୍ବ କ୍ଷେତ୍ରରେ ଆଶଙ୍କିତ ଥାଆନ୍ତି ନିର୍ବାଚନ ମଣ୍ଡଳୀର ଜନସାଧାରଣ। ଯେଉଁ ଅଞ୍ଚଳରେ ନେତାଙ୍କ ନେତୃତ୍ବ ଗ୍ରହଣୀୟ ହୋଇଥାଏ ତାଙ୍କର ପ୍ରତିଦ୍ବନ୍ଦ୍ବିତାକୁ ଆଶଙ୍କା କରି ରାଜନେତା ବିଚଳିତ ହେବା ସ୍ବାଭାବିକ, ତାଙ୍କସହ ଅଞ୍ଚଳବାସୀ ହୁଅନ୍ତି ମର୍ମାହତ। ରାଜନେତା ବେଶୀ ବ୍ୟଥିତ ହୁଅନ୍ତି ବିଶ୍ବାସଘାତକଙ୍କୁ ନେଇ। ବହୁଳ ଭାବରେ ଉପକୃତ ହୋଇଥିବା ଲୋକେ ତାଙ୍କ ହାତ ଛାଡ଼ି ଦିଅନ୍ତି ଏହି ପରୀକ୍ଷା ସମୟରେ। କାରଣ ‘ଈଶ୍ବର ଯାହାକୁ ଯାହା ଦିଅନ୍ତି ମନେ ରଖନ୍ତି ନାହିଁ, କିନ୍ତୁ ମଣିଷ ଫାଇଦା ହାସଲ କରିବା ପର ମୁହୂର୍ତ୍ତରେ ହିଁ ଉପକାରୀ ମଣିଷକୁ ଭୁଲିଯାଆନ୍ତି।’ ଏଥିପ୍ରତି ସଚେତନ ରହିବା ବିବେକୀ ମଣିଷର କର୍ତ୍ତବ୍ୟ।
ରାଜନେତା ଯେତେ ଲୋକପ୍ରିୟତା ଅର୍ଜନ କରନ୍ତୁ ପଛେ ନିର୍ବାଚନ ସମୟରେ ସେ ଥାଆନ୍ତି ଭୟଭୀତ, ବ୍ୟଥିତ ଓ ବିଚଳିତ। କଂିକର୍ତ୍ତବ୍ୟବିମୂଢ଼ ହୋଇ ସମସ୍ତଙ୍କୁ ନିଜର କରି କୋଳେଇ ନେଇଥାଆନ୍ତି, ଅଜାଡ଼ି ଦିଅନ୍ତି ଅସୁମାରି ପ୍ରତିଶ୍ରୁତି, ଖୋଲି ଦିଅନ୍ତି ନିଜର ସିନ୍ଦୂକ, ଫଳକ ମାରିଚାଲନ୍ତି, ବିଭିନ୍ନ ଉତ୍ସବମାନଙ୍କରେ ଯୋଗ ଦିଅନ୍ତି, ଦେବଦେବୀ, ଜ୍ୟୋତିଷ ନିକଟରେ ଅଧିଆ ପଡ଼ନ୍ତି, ଅନାବଶ୍ୟକ ଭାବେ ଏକ ଉତ୍ସବ ଆୟୋଜନ କରାଇ ଚାନ୍ଦା ଦେଇ ଖୁସି ହୁଅନ୍ତି। ଯେଉଁ ଲୋକଙ୍କୁ ଦେଖିଲେ ଦୂୂରେଇ ଦେଉଥିଲେ କୃତ୍ରିମ ହସହସି ତା’ଘରେ ବସି ପଖାଳ ଖାଆନ୍ତି, ଭାଇ, ଦାଦା, ମାମୁ, ମାଈଁ, ମାଉସୀ, ଭଉଣୀ, ଝିଅ କହି ନିଜର କରି ବିଭିନ୍ନ ପ୍ରକାର କୃତ୍ରିମତା ଦେଖାଇଥାଆନ୍ତି। ଏ ସବୁଥିରେ ଦିନିକିଆ ହିରୋ ବନିଯାଆନ୍ତି ଅଯୋଗ୍ୟ ଯୁବବର୍ଗ। ​‌େକତେକ ଆସ୍ଥାହୀନ କୁଜିନେତା, ମୁଣ୍ଡିଆଳଙ୍କ ନିଜ ଭୋଟ୍‌ ଉପରେ ସନ୍ଦେହ ଥାଇପାରେ, ହେଲେ ପ୍ରାର୍ଥୀଙ୍କୁ ଲୋଭ ଦେଖାଇ ଜିତାଇବାକୁ ଆକାଶରେ ଉଡ଼ାଇ ଦିଅନ୍ତି, ନେତା ମାତି ଯାଆନ୍ତି କୁଜିନେତାଙ୍କ ଶସ୍ତା କଥାରେ।
ନେତା ଯିଏ ହୁଅନ୍ତୁ, ଲୋକ ଯୁଆଡ଼େ ଯାଆନ୍ତୁ, ନିର୍ବାଚନ ​‌େ​‌ହଉ- ଏହା ଚାହାନ୍ତି ବ୍ୟାକୁଳିତ କର୍ମୀ ଓ ପ୍ରଚାରକଗଣ। ଏହି କର୍ମୀଗଣଙ୍କର ଆକାର, ପ୍ରକାର, ପ୍ରବୃତ୍ତି, ପ୍ରକୃତି ଅରୁଚିକର ହେଲେ ବି ଏମାନଙ୍କୁ ନ’ଧରିଲେ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୁଏନା। ଏମାନେ କରନ୍ତି ବିଚିତ୍ର ପ୍ରକାର ଅଭିନୟ। ଜଣେ ହେଉ ବା ଦଳେ, ଏମାନେ ଥାଆନ୍ତି ସବୁ ଦଳ ପ୍ରାର୍ଥୀଙ୍କ ସାଙ୍ଗରେ। ଏକମାତ୍ର ଉଦ୍ଦେଶ୍ୟ ଏହି ମାସକରେ ଧନ କମାଇବା ଓ ନେତାଙ୍କ କୁଳ ବୁଡ଼ାଇବା। ଯୁବବର୍ଗଙ୍କ ମଧ୍ୟରେ ତୁଳନା କଲେ କେବଳ ବେକାର, ଅସାମାଜିକ, ନୀତିହୀନ ଓ ଅନାଦର୍ଶ ଯୁବବର୍ଗ ନିଜର ବାହୁସ୍ଫୋଟ ମାରି ଦଳ ବଳ ଓ ନେତାଙ୍କ ଆଦର୍ଶର ପରିପନ୍ଥୀ ହୋଇ କେବଳ ଆଶା କରନ୍ତି ଧନବଳ। ଯୁବବର୍ଗ ଦେଶର ଭବିଷ୍ୟତ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସ୍ବାମୀ ବିବେକାନନ୍ଦ ଆଞ୍ଜୁଳାଏ ରକ୍ତ ଓ ପାଞ୍ଚୋଟି ଯୁବକ ଖୋଜିଥିଲେ ଦେଶକୁ ସ୍ବାଧୀନ କରିବାକୁ। ସେହିପ୍ରକାର ମୂଲ୍ୟବୋଧ ହରାଉଥିବା ଆଜିର ଯୁବବର୍ଗ ଏହି ନିର୍ବାଚନଠାରୁ ଦୂରେଇ ରହି ନିଜର ଅସ୍ତିତ୍ବ ଜାହିର କରନ୍ତୁ। ଯେଉଁ ନେତାଙ୍କୁ ଭଲ ପାଉଛନ୍ତି ପ୍ରାଣବଳି ଦିଅନ୍ତୁ ପଛେ ତାଙ୍କ ପ୍ରତି ବେଇମାନୀ କରନ୍ତୁ ନାହିଁ। ଧନ ବଡ଼ ନୁହେଁ, ମାନ ବଡ଼, ପଦବ ବଡ଼ ନୁହେଁ ସମ୍ମାନ ବଡ଼। ନିଜର ଶିକ୍ଷା, ଲକ୍ଷ୍ୟ ଓ ପରିବାରର ମର୍ଯ୍ୟାଦା ରଖିବାକୁ ନିଅନ୍ତି ଦୃଢ଼ ସଂକଳ୍ପ। ଯୁବ ଶକ୍ତି ମୂଲ୍ୟ ବହୁତ- ଏହା ସଂରକ୍ଷିତ କରନ୍ତୁ। ହଠାତ୍‌ ସାଇ, ଗାଁ, କଲୋନୀର ଗୁଡ଼ିକରେ ଦେଖାଯାଏ ନୂଆ ବୋର୍ଡ଼ ଲାଗିଥିବା ସଂଘ, ସଂଗଠନର ଏକ ଘରେ ସକାଳେ ସନ୍ଧ୍ୟାରେ ବସିଥାଆନ୍ତି କେତେକ ଯୁବକ। କୌଣସି ଗାଡ଼ି ଆଲୁଅ ଦେଖି ଚମକି ଆସନ୍ତି ଛକ ଉପରକୁ କରନ୍ତି ନାରାବାଜି। ଏହି ସ୍ଳୋଗାନ ଥାଏ ଦୁଇ ପ୍ରକାରର- ଜିନ୍ଦାବାଦ ଓ ମୂର୍ଦାବାଦ। ଉଦ୍ଦେଶ୍ୟ ଥାଏ ଚାନ୍ଦା ଆଦାୟ। ଜିନ୍ଦାବାଦ କରୁଥିବା ନେତାଙ୍କଠାରୁ ଯାହା ପାଆନ୍ତି ମୁର୍ଦାବାଦ କରୁଥିବା ନେତାଙ୍କଠାରୁ ଅଧିକ ପରିମାଣରେ ପାଆନ୍ତି ଖାଦ୍ୟ, ପାନୀୟ। ରାଜନେତାଗଣ ନିଜ ଇଚ୍ଛା ବିରୋଧରେ ଏମାନଙ୍କୁ ହାତରେ ରଖିବାକୁ ବାଧ୍ୟ। ବେଳେବେଳେ ଏମାନେ କରନ୍ତି ଗୋଟେ, ଲୋକଙ୍କୁ କୁହନ୍ତି ଆଉ ​‌େ​‌ଗାଟେ। ନିର୍ବାଚନ ଭୟଶୂନ୍ୟ ହୋଇପାରନ୍ତା ଯଦି ସମସ୍ତ ନେତା ଏମାନଙ୍କଠାରୁ ଦୂରେଇ ଯାଆନ୍ତେ କିମ୍ବା ଯୁବବର୍ଗ ସ୍ବତଃପ୍ରବୃତ୍ତ ଭାବେ ନିର୍ବାଚନ ପ୍ରଚାରରୁ ବିରତ ରହନ୍ତେ। ଧନ ଲୋଭରେ ନିଜ ଆଦର୍ଶକୁ ବଳି ନଦେଇ ସମୂହ ଭାବେ ନେତାଙ୍କଠାରୁ ଓହରି ଯାଆନ୍ତେ। ସମୀକ୍ଷା କରି ଦେଖିଲେ ନିଜ ନେତା ଜିତିବା ଅବା ହାରିବା ପରେ ମଧ୍ୟ ଏହି ଯୁବବର୍ଗ ଉପକୃତ ହୋଇ ନ’ଥାଆନ୍ତି। ସେତେବେଳେ ଅନୁତାପ କରିବା ଅପେକ୍ଷା ଆରମ୍ଭରୁ ନିଜ ମୂଲ୍ୟବୋଧ ରକ୍ଷାକରି ନେତାଙ୍କ ପଛରେ ନ’ଗୋଡ଼ାଇବା ଭଲ। ନିର୍ବାଚନକୁ ବର୍ଷକର ଅମଳ ଭାବି ଚାଲେ ବିଭିନ୍ନ ଧାରଣା, ଅନଶନ, ସଭା ଓ ଶୋଭାଯାତ୍ରା। ପଞ୍ଚାୟତରୁ ରାଜଧାନୀରେ ଦେଖିବାକୁ ମିଳେ ବିିଭିନ୍ନ ସଂଘ, ସଂଗଠନ, ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ରାଲି। ଜୋତା ଯେତେ ଭଲ ହେଉ ପଛେ ରାସ୍ତା ଯଦି ଖରାପଥାଏ ଚାଲିବାକୁ କଷ୍ଟହୁଏ। ରାସ୍ତା ଯେତେ ଭଲ ହେଉ ପଛେ ଜୋତା ମଧ୍ୟରେ ଯଦି ଗୋଡ଼ିଟିଏ ଥାଏ ତେବେ ମଧ୍ୟ ଚାଲିବାକୁ କଷ୍ଟ ହୁଏ।
ବୈଦ୍ୟେଶ୍ବର କଲୋନୀ, ଚୌଦ୍ବାର, କଟକ

Leave A Reply