www.samajalive.in
Monday, December 15, 2025
26.1 C
Bhubaneswar

ଅଭିନେତ୍ରୀ ଉର୍ବଶୀ, ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଇଡି ସମନ

ସମାଜ ଡିଜିଟାଲ ଡେସ୍କ: ଅନଲାଇନ ବେଟିଂ ଆପ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିନେତ୍ରୀ ଉର୍ବଶୀ ରୌଟେଲା ଏବଂ ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଛି। ଆର୍ଥିକ ଅନିୟମିତତା ନେଇ ଅନଲାଇନ ବେଟିଂ ଆପ୍ 1xBet ବିରୋଧରେ ଇଡି ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ମାମଲାରେ ପୂର୍ବରୁ କେତେଜଣ କ୍ରିକେଟରଙ୍କୁ ମଧ୍ୟ ଇଡି ଜେରା କରିସାରିଛି।

ବର୍ତ୍ତମାନ ପୂର୍ବତନ ସାଂସଦ ମିମିଙ୍କୁ ୧୫ ତାରିଖ ଏବଂ ଅଭିନେତ୍ରୀ ଉର୍ବଶୀଙ୍କୁ ୧୬ ତାରିଖରେ ନୂଆଦିଲ୍ଲୀସ୍ଥିତ ଇଡି ମୁଖ୍ୟାଳୟରେ ହଜାର ହେବାକୁ ନିର୍ଦେଶ ଜାରି କରାଯାଇଛି। ସେଲିବ୍ରିଟିମାନେ ଏହି ଆପ୍‌ର ପ୍ରମୋଟର ଭାବେ କାର୍ଯ୍ୟ କରୁଥିଲେ। ଯେଉଁଥିପାଇଁ ପ୍ରଶଂସକ ଓ ଅନ୍ୟ ସାଧାରଣ ଜନତା ସେମାନଙ୍କୁ ବିଶ୍ଵାସ କରି ଏହି ଆପ୍‌ରେ ଅର୍ଥ ଲଗାଣ କରି ସର୍ବସ୍ଵାନ୍ତ ହୋଇଛନ୍ତି। ନିକଟରେ ଏହି ମାମଲାରେ ପୂର୍ବତନ କ୍ରିକେଟର ସୁରେଶ ରୈନା ଏବଂ ଶିଖର ଧଓ୍ବନଙ୍କୁ ମଧ୍ୟ ଇଡି ପକ୍ଷରୁ ସମନ ଜାରି କରାଯିବା ସହିତ ଜେରା କରାଯାଇଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories