www.samajalive.in
Monday, December 15, 2025
26.1 C
Bhubaneswar

ଅସ୍ଥି ବିସର୍ଜନ କରି ଫେରିବା ବେଳେ ଦୁର୍ଘଟଣା, ୭ ମୃତ

ସମାଜ ଡିଜିଟାଲ ଡେସ୍କ: ଅସ୍ଥି ବିସର୍ଜନ କରି କାରରେ ଫେରୁଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ୭ ଜଣଙ୍କ ଜୀବନ। ରାଜସ୍ଥାନର ଜୟପୁର ଅନ୍ତର୍ଗତ ଶିବଦାସପୁର ଅଞ୍ଚଳରେ ରବିବାର ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୧୪ ମାସର ଏବଂ ଅନ୍ୟ ଜଣେ ୩ ବର୍ଷୀୟ ଶିଶୁ ରହିଛନ୍ତି।

ସୂଚନା ଅନୁସାରେ, ଶିବଦାସପୁର ଅଞ୍ଚଳରୁ ଏକ ପରିବାର ଓ କିଛି ସମ୍ପର୍କୀୟ ଅସ୍ଥି ବିସର୍ଜନ ପାଇଁ ହରିଦ୍ଵାର ଯାଇଥିଲେ।​ ସେଠାରେ ଅସ୍ଥି ବିସର୍ଜନ କରି କାରରେ ଫେରୁଥିଲେ। ଦ୍ରୁତ ଗତି ଯୋଗୁ କାରଟି ଡିଭାଇଡର ସହ ମାଡ଼ ହୋଇ ଅଣ୍ଡରପାସ ତଳକୁ ଖସିପଡ଼ିଥିଲା। ତଳେ ପାଣି ଥିବାରୁ ପୀଡ଼ିତ ମାନଙ୍କୁ ଠିକ ସମୟରେ ଉଦ୍ଧାର କରାଯାଇ ପାରି ନ ଥିଲା। ଯାହାଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ନିକଟ ଡାକ୍ତରଖାନା ଶବଗୃହରେ ରଖିବା ସହିତ ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories