ନୂଆଦିଲ୍ଲୀ : ଏକ ବେଆଇନ ପୁଞ୍ଜିନିବେଶ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବୁଧବାର ପାଖାପାଖି ୯୭୭୮ କୋଟି ଟଙ୍କାର ସମ୍ପତି ବାଜ୍ୟାପ୍ତି କରିଛନ୍ତି। ବ୍ୟାଙ୍କରୁ ବହୁ କୋଟି ଟଙ୍କା ଠକେଇ ନେଇ ଗୁଜରାଟର ଏକ ଔଷଧ କମ୍ପାନୀ ବିରୋଧରେ ଏହି ମାମଲା ରହିଛି। ଜବତ ସମ୍ପତି ମଧ୍ୟରୁ କେତେକ ବିଦେଶରେ ଥିବା ଜଣାପଡିଛି। ଏ ନେଇ ବେଆଇନ ପୁଞ୍ଜିନିବେଶ ନିରୋଧ ଆଇନ ଅଧୀନରେ ଇଡିଙ୍କ ପକ୍ଷରୁ ଏକ ନିର୍ଦେଶ ଜାରି କରାଯାଇଥିଲା ବୋଲି ଏହାର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ୨୦୧୭ ଅଗଷ୍ଟରେ ସିବିଆଇର ଏକ ଅଭିଯୋଗକୁ ଭିତ୍ତି କରି ଇଡି ଏହି ମାମଲା ରୁଜୁ କରିଥିଲେ। ସେହିବର୍ଷ ଅକ୍ଟୋବରରେ ସିବିଆଇ କମ୍ପାନୀ ବିରୋଧରେ ୫୩୮୩ କୋଟି ଟଙ୍କାର ଋଣ ଠକେଇ ମାମଲା ରୁଜୁ କରିଥିଲା।
Popular Categories



