www.samajalive.in
Saturday, December 13, 2025
23.1 C
Bhubaneswar

କ୍ରିକେଟ ବିଶ୍ବକପ୍‌-୨୦୧୯: ୱେଷ୍ଟଇଣ୍ଡିଜ୍-ଭାରତ ମୁକାବିଲା ଆଜି

ମାଞ୍ଚେଷ୍ଟର : ଚଳିତ ବିଶ୍ବକପ୍‌ରେ ଗୁରୁବାର ୱେଷ୍ଟଇଣ୍ଡିଜ୍‌ର ମୁକାବିଲା କରିବ ଭାରତୀୟ ଦଳ। ବହୁତ ଆଶା ନେଇ ଏହି ବିଶ୍ବକପ୍‌କୁ ଆସିଥିଲା ୱେଷ୍ଟଇଣ୍ଡିଜ୍। ବହୁତ ଲୋକ ୱେଷ୍ଟଇଣ୍ଡିଜ୍‌କୁ ଡାର୍କହର୍ସ ମଧ୍ୟ କହିବା ଆରମ୍ଭ କରି ଦେଇଥିଲେ। ତେବେ ୱେଷ୍ଟଇଣ୍ଡିଜ୍‌ଠାରୁ ଯେପରି ପ୍ରଦର୍ଶନର ଆଶା କରା ଯାଉଥିଲା; ଅଦ୍ୟାବଧି ଏହା ଦେଖାଇ ପାରିନାହିଁ। ଫାଷ୍ଟବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ଆକର୍ଷଣୀୟ ବିଜୟ ହାସଲ କରିଥିଲା ୱେଷ୍ଟଇଣ୍ଡିଜ୍। ଏହାପରେ ବିଜୟର ସ୍ବାଦ ଚାଖି ପାରିନାହିଁ ଇଣ୍ଡିଜ୍। ୬ଟି ମ୍ୟାଚ୍‌ରୁ ୩ ପଏଣ୍ଟ ସହ ଏହା ୮ମ ସ୍ଥାନରେ ରହିଛି। ଏହାର ସେମିଫାଇନାଲ ଖେଳିବା ଅତ୍ୟନ୍ତ କଷ୍ଟକର ମନେହେଉଛି। ତଥାପି ବାକି ୩ଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କଲେ ମୁଣ୍ଡ ଉଚ୍ଚାକରି ୱେଷ୍ଟଇଣ୍ଡିଜ୍ ସ୍ବଦେଶ ଫେରିବ। ଭାରତକୁ ପରାସ୍ତ କରିବା ଇଣ୍ଡିଜ୍ ଲାଗି ବେଶ୍ କଷ୍ଟକର ହେବ। ଅଦ୍ୟାବଧି ଭାରତ କୌଣସି ମ୍ୟାଚ୍ ହାରିନାହିଁ। ଅବଶ୍ୟ ଆଫ୍‌ଗାନିସ୍ତାନ ବିପକ୍ଷରେ ଏହା ପରାଜୟର ନିକଟବର୍ତ୍ତୀ ହୋଇଥିଲା। ଏହି ମ୍ୟାଚ୍ ନିଶ୍ଚୟ ଭାରତକୁ ସଜାଗ କରାଇଥିବ। ପ୍ରଦର୍ଶନରେ ଉନ୍ନତି ନ ଆଣିଲେ ଭଲ ଦଳଙ୍କୁ ପରାସ୍ତ କରିବା ଅସମ୍ଭବ ବୋଲି ଭାରତ ଭଲଭାବେ ଜାଣିପାରିଛି।
ଏହି ମ୍ୟାଚ୍‌ର ଫଳାଫଳ ଟୁର୍ଣ୍ଣାମେଣ୍ଟରେ ସେପରି ଓଲଟ ପାଲଟ କରିବନାହିଁ ନିଶ୍ଚୟ। ତଥାପି ଉଭୟ ଦଳ ପୂରା ଦମ୍ ଲଗାଇବେ। ଆଫ୍‌ଗାନିସ୍ତାନ ମ୍ୟାଚ୍‌ରୁ ସ୍ପଷ୍ଟ ହୋଇଯାଇଛି ଯେ ରୋହିତ ଶର୍ମା ଓ ବିରାଟ କୋହଲି ଜଲ୍‌ଦି ଆଉଟ ହୋଇଗଲେ ଭାରତ ଚାପରେ ପଡ଼ିଯିବ; ଯାହାର ଫାଇଦା ପ୍ରତିପକ୍ଷ ଦଳ ନେଇପାରିବେ। ଏଥି ପ୍ରତି ଭାରତକୁ ସତର୍କ ରହିବାକୁ ପଡ଼ିବ। ବିଶେଷକରି ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ବିଜୟ ଶଙ୍କର, କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ଦାୟିତ୍ବବାନ ହୋଇ ଖେଳିବାକୁ ପଡ଼ିବ। ତେବେ ସେଲ୍‌ଡନ କଟ୍ରେଲ୍‌ଙ୍କୁ ଛାଡ଼ିଦେଲେ ୱେଷ୍ଟଇଣ୍ଡିଜ୍‌ର ଅନ୍ୟ ବୋଲର ସେପରି ଭଲ ପ୍ରଦର୍ଶନ କରି ପାରିନାହାନ୍ତି। ଏହାର ଫାଇଦା ଉଠାଇ ଭାରତକୁ ତା’ର ମଧ୍ୟକ୍ରମ ସଜାଡ଼ିବାର ପ୍ରୟାସ କରିବାକୁ ପଡ଼ିବ। ଶଙ୍କର କିମ୍ବା କେଦାରଙ୍କ ସ୍ଥାନରେ ଭାରତ ଏହି ମ୍ୟାଚ୍‌ରେ ଆକ୍ରମଣାତ୍ମକ ବ୍ୟାଟ୍‌ସମ୍ୟାନ୍ ଋଷଭ ପନ୍ତ୍‌ଙ୍କୁ ଖେଳାଇବା କଥା ଚିନ୍ତା କରିପାରେ। ବ୍ୟାଟିଂକୁ ନେଇ ଭାରତର ଚିନ୍ତା ଥିଲେ ହେଁ ବୋଲିଂ ବିଭାଗରେ ଭାରତ ବହୁତ ମଜ୍‌ଭୁତ ଅଛି। ଅଦ୍ୟାବଧି ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଛନ୍ତି। ଯଶପ୍ରୀତ ବୁମ୍‌ରା ସମସ୍ତ ମ୍ୟାଚ୍‌ରେ ଭଲ ବୋଲିଂ କରିଛନ୍ତି। ଭୁବନେଶ୍ବର କୁମାର ଆହତ ହେବା ପରେ ତାଙ୍କ ବଦଳ ପେସ୍ ବୋଲର ମହମ୍ମଦ ସାମି ଆଫ୍‌ଗାନିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ନେବା ସହ ୪ଟି ୱିକେଟ ନେଇଛନ୍ତି। ଭୁବନେଶ୍ବର କୁମାର ଫିଟ୍‌ ହୋଇଥିବାରୁ ସେ ମଧ୍ୟ ଖେଳିବା ଦୌଡ଼ରେ ରହିଛନ୍ତି। ମଝି ଓଭରରେ ଦୁଇ ସ୍ପିନର କୁଲଦୀପ ଯାଦବ ଓ ଯୁଜବେନ୍ଦ୍ର ଚହଲ ଭଲ ବୋଲିଂ କରିଛନ୍ତି।


ୱେଷ୍ଟଇଣ୍ଡିଜ୍‌ ଦଳରେ କିଛି ଭଲ ବ୍ୟାଟ୍‌ସମ୍ୟାନ୍ ଥିଲେ ହେଁ ସେମାନେ ଖ୍ୟାତି ଅନୁସାରେ ପ୍ରଦର୍ଶନ କରି ପାରିନାହାନ୍ତି। ସାଇ ହୋପ୍ ଓ ସିମ୍ରନ୍ ହେତ୍‌ମେୟର ନିକଟରେ ଭାରତ ବିପକ୍ଷରେ ଭଲ ବ୍ୟାଟିଂ କରିଥିଲେ ହେଁ ଚଳିତ ବିଶ୍ବକପ୍‌ରେ ଦୁହେଁ ନିୟମିତ ଭାବେ ଭଲ ପ୍ରଦର୍ଶନ କରି ପାରିନାହାନ୍ତି। ତେବେ ବାମହାତି ସିମ୍ରନ୍ ହେତ୍‌ମେୟର ଚଳିତ ବିଶ୍ବକପ୍‌ରେ କିଛି ଭଲ ଇନିଂସ ଖେଳିଥିଲେ ହେଁ ବଡ଼ ସ୍କୋର୍ କରି ପାରିନାହାନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ କ୍ରିସ୍ ଗେଲ୍‌ ଚମତ୍କାର ବ୍ୟାଟିଂ କରିଥିବାରୁ ତାଙ୍କ ପ୍ରତି ଭାରତୀୟ ବୋଲରଙ୍କୁ ସତର୍କ ରହିବାକୁ ପଡ଼ିବ। ଆ‌େନ୍ଦ୍ର ରସେଲ୍‌ ବିଶ୍ବକପ୍‌ରୁ ବାଦ୍ ପଡ଼ିଥିଲେ ହେଁ ନ୍ୟୁଜିଲାଣ୍ଡ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରି କାର୍ଲୋସ୍ ବ୍ରାଥ୍‌ୱେଟ୍‌ ପ୍ରମାଣ କରିଛନ୍ତି ଯେ ସେ ମଧ୍ୟ ଜଣେ ମ୍ୟାଚ୍ ବିଜେତା। ଏଭିନ୍ ଲୁଇସ୍ ଆହତ ଥିବାରୁ ତାଙ୍କ ସ୍ଥାନରେ ଡ୍ୟାରେନ୍

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories