www.samajalive.in
Saturday, December 6, 2025
15.1 C
Bhubaneswar

ଜମି ଦୁର୍ନୀତି ମାମଲା: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜେରା କଲା ଇଡି

ଚଣ୍ଡିଗଡ଼: ୨୦୦୪-୦୭ ମଧ୍ୟରେ ମାନେସରରେ ଜମି ଅଧିଗ୍ରହଣରେ ହୋଇଥିବା ଅନିୟମିତତାର ଅର୍ଥ ହେରଫେର ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ) ବୁଧବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡ୍ଡାଙ୍କୁ ପଚରାଉଚରା କରିଛି। ସୂଚନା ମୁତବକ, ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅନୁଯାୟୀ ଇଡି ହୁଡ୍ଡାଙ୍କ ବୟାନ ରେକର୍ଡ କରିିିଛି। ତେବେ ବର୍ତ୍ତମାନସୁଦ୍ଧା କଂଗ୍ରେସ ଏବଂ ହୁଡ୍ଡାଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ସୂଚନାଯୋଗ୍ୟ, କିଛି ବରିଷ୍ଠ ସରକାରୀ ଅଧିକାରୀ ଓ କର୍ମଚାରୀ ୨୦୦୪ରୁ ୨୦୦୭ ମଧ୍ୟରେ ହରିୟାଣାର ମାନେସରଠାରେ ଜମି ଅଧିଗ୍ରହଣରେ ହୋଇଥିବା ଅନିୟମିତତାରେ ସାମିଲ ଥିଲେ। ତାଙ୍କ ସହ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ମଧ୍ୟ ସଂପୃକ୍ତ ଥିଲେ ବୋଲି ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ ସିବିଆଇରେ ମାମଲା ରୁଜୁ ହୋଇଥିଲା।

- Advertisement -

ଅନେକ କୃଷକ ଏବଂ ଜମି ମାଲିକ ଅଭିଯୋଗ କରିଥିଲେ ଯେ, ଏହି ଜମି ଅଧିଗ୍ରହଣ ମାମଲାରେ ସେମାନଙ୍କ ସହ ପ୍ରାୟ ୧,୫୦୦ କୋଟି ଟଙ୍କାର ଠକେଇ କରାଯାଇଛି। ହରିୟାଣା ପୁଲିସ ଏଫଆଇଆର ଆଧାରରେ ସେପ୍ଟେମ୍ବର, ୨୦୧୬ରେ ଜମି ଦୁର୍ନୀତି କାରବାରରେ ଏଜେନ୍ସି ପିଏମଏଲଏ ମାମଲା ରୁଜୁ କରିଥିଲା। ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories