www.samajalive.in
Saturday, December 6, 2025
26.1 C
Bhubaneswar

ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କର ସମସ୍ୟା ବଢିଲା, ଅର୍ଥ ହେରଫେର ଅଭିଯୋଗରେ ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ : ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କର ସମସ୍ୟା ଲଗାତର ବଢିବାରେ ଲାଗିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ପେଟିଏମ୍ ଉପରେ ଲଗାଯାଇଥିବା କଟକଣା ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡ୍ ବିରୁଦ୍ଧରେ ଅର୍ଥ ହେରଫେର ଅଭିଯୋଗରେ ଯାଞ୍ଚ ଆରମ୍ଭ କରିଛି । ବିଦେଶୀ ମୁଦ୍ରା ନିୟମ ଉଲ୍ଲଙ୍ଘନକୁ ନେଇ କମ୍ପାନୀକୁ ଇଡିର ଯାଞ୍ଚର ସାମ୍ନା କରିବାକୁ ପଡୁଛି । ତେବେ ପେଟିଏମ୍ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ୩୧ ଜାନୁୟାରୀରେ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡରେ ଅନେକ ପ୍ରକାର କଟକଣା ଲଗାଇ ଦେଇଥିଲା । ରିଜର୍ଭ ବ୍ୟାଙ୍କ ପେଟିଏମ୍ ବ୍ୟାଙ୍କକୁ କୌଣସି ବି ଗ୍ରାହକ ଖାତା, ପ୍ରିପେଡ୍ ଉତ୍ପାଦନ, ଓ୍ବାଲେଟ୍ ଏବଂ ଫାଷ୍ଟ୍ୟାଗରେ ୨୯ ଫେବୃୟାରୀ ୨୦୨୪ ପରେ ଜମା ବା ଟପ୍-ଅପ୍ ସ୍ବୀକାର ନକରିବାର ନିର୍ଦ୍ଦେଶ ଦେଇଥିଲା ।

- Advertisement -

ଅନ୍ୟପଟେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋମବାର ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ବିରୁଦ୍ଧରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନର କୌଣସି ବି ସମୀକ୍ଷା ପାଇଁ ମନା କରିଥିଲେ । ସେ କହିଥିଲେ କି ଏହି ନିଷ୍ପତ୍ତି ଗ୍ରାହକଙ୍କ ହିତକୁ ଧ୍ୟାନରେ ରଖି ନିଆଯାଇଥିଲା । ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡକୁ ନେଇ ଗ୍ରାହକଙ୍କୁ ବିଭିନ୍ନ ମୁଦ୍ଦାର ସମାଧାନକୁ ନେଇ ଚଳିତ ସପ୍ତାହରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନର ତାଲିକା ଜାରି କରାଯିବ ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories