www.samajalive.in
Saturday, December 6, 2025
19.1 C
Bhubaneswar

ପାକିସ୍ତାନର ହୀନ ଷଡ଼ଯନ୍ତ୍ର; ଭାରତୀୟ ଗୁଇନ୍ଦା ତଥ୍ୟ ହାସଲ କରିବାକୁ କରୁଛି ଏପରି କାମ

ନୂଆଦିଲ୍ଲୀ: ନିଜ କୁତ୍ସିତ କାର୍ଯ୍ୟରୁ ନିବୃତ ହେଉନାହିଁ ପାକିସ୍ତାନ। ଭାରତର ପ୍ରତିରକ୍ଷା ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ପାଇବାକୁ କରୁଛି ହୀନ ଯୋଜନା। ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍(ପିଆଇଓ) କୃତ୍ରିମ ବୁଦ୍ଧିମତା(ଏଆଇ) ଉପକରଣ ଓ ଡିପ୍‌ ଫେକ୍‌ ସାହାଯ୍ୟରେ ପ୍ରତିରକ୍ଷା ଓ ସମ୍ବେଦନଶୀଳ ବିଭାଗ ସହିତ ଜଡିତ ଲୋକଙ୍କୁ ହନିଟ୍ରାପ୍‌ କରି ସେମାନଙ୍କଠାରୁ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି। ନିକଟରେ ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ଏ ବିଷୟରେ ଜାଣିବାକୁ ପାଇଛନ୍ତି। ଏଜେନ୍ସିର ସୂତ୍ରରୁ ପ୍ରକାଶ ଯେ, ଭାଲେଣ୍ଟାଇନ୍ସ ଡେ’କୁ ଦୃଷ୍ଟିରେ ରଖି ପିଆଇଓ ସମ୍ବେଦନଶୀଳ ବିଭାଗରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଫସାଇବାକୁ ଚେଷ୍ଟା କରୁଛି। ଏଥିପାଇଁ ସେମାନେ ପ୍ରେମ ନାଁରେ ସମ୍ବେଦନଶୀଳ ତଥ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଅଫିସିଆଲ୍ ପ୍ରୋଫାଇଲ୍ ହ୍ୟାକ୍ କରିବାକୁ ଭାଲେଣ୍ଟାଇନ୍ ସମ୍ବନ୍ଧୀୟ ଅନେକ ମାଲୱେର୍ ମେସେଜ୍ ଏବଂ ଲିଙ୍କ୍ ହୋଇଥିବା ଗ୍ରାଫିକ୍ସ, ଫଟୋ, ଚାଟ୍ ଗ୍ରୁପ୍ ପଠାଉଛନ୍ତି।

ଏଜେନ୍ସିମାନେ ଦାବି କରିଛନ୍ତି ଯେ, ଅନେକ ଅଧିକାରୀ ସନ୍ଦେହ ଘେରରେ ଅଛନ୍ତି, ଯାହା ଉପରେ ଅଧିକ ତଦନ୍ତ କରାଯାଇପାରେ। ତଦନ୍ତ ବେଳେ ଏହା ମଧ୍ୟ ଜଣାପଡିଛି ଯେ, ଅଧିକାଂଶ ସନ୍ଦିଗ୍ଧ ମହିଳାଙ୍କ ପ୍ରୋଫାଇଲ୍ ଏଆଇ ଉପକରଣ ବ୍ୟବହାର କରି ତିଆରି କରାଯାଇଥିଲା ଏବଂ ସେମାନଙ୍କ ନାମ ପାୟଲ, ସୋନିଆ, ଆରତୀ, ମମତା ଏବଂ ସୁନୀତା ଥିଲା। ପିଆଇଓ ଦ୍ବାରା ପ୍ରସ୍ତୁତ ଏହି ପ୍ରୋଫାଇଲଗୁଡିକ ବାସ୍ତବିକ, ପୁରୁଣା ଓ ଭରସାଯୋଗ୍ୟ ଦେଖାଯାଉଛି ଏବଂ ଏହି ପ୍ରୋଫାଇଲଗୁଡିକ ମଡେଲ୍, ସଂଘର୍ଷ କରୁଥିବା ଅଭିନେତ୍ରୀ, ସ୍ବାମୀ ପରିତ୍ୟକ୍ତା ମହିଳା କିମ୍ବା ଅଭାବୀ ମହିଳାଙ୍କର ରହିଛି। ପିଆଇଓ ନିଜ ଲକ୍ଷ୍ୟ ବିଷୟରେ ବେଶ୍‌ ଭଲଭାବେ ଅବଗତ, ଯେଉଁଥିରେ ଅଧିକାରୀମାନଙ୍କୁ କଥାବାର୍ତ୍ତାରେ ଛନ୍ଦି ତାଙ୍କୁ ଫସାଇବା ଅତ୍ୟନ୍ତ ସହଜ। ଏହି ବାର୍ତ୍ତାଳାପ ସମୟରେ, ସେମାନେ ଅଧିକାରୀଙ୍କ ଫୋନରେ ଥିବା ତଥ୍ୟ ହାସଲ କରିବାକୁ ଚେଷ୍ଟା କରନ୍ତି। ଏଆଇ ଉପକରଣ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଡିପ୍‌ଫେକ୍‌ ଭିଡିଓ ଏବଂ ଫଟୋ ମାଧ୍ୟମରେ ଲୋକଙ୍କୁ ଫସାଇଥାଆନ୍ତି।

- Advertisement -

 

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories