www.samajalive.in
Saturday, December 6, 2025
26.1 C
Bhubaneswar

ଲାଖବହାଲି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର

ଲାଞ୍ଜିଗଡ଼ : ବିଜୁ ବାବୁଙ୍କ ସ୍ବପ୍ନ ଓଡ଼ିଶା ଗଠନ ଦିଗରେ ଦୀର୍ଘ ୨୫ ବର୍ଷ ଧରି ପ୍ରୟାସ କରି ଆସୁଛି ବିଜୁଜନତା ଦଳ। ନବୀନ ପଟ୍ଟନାୟକଙ୍କ ବରିଷ୍ଠ ନେତୃତ୍ୱ ସହ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନର ସହଯୋଗ କ୍ରମେ ଓଡ଼ିଶାର ବିକାଶ ଧାରା ଦ୍ରୁତ ଗତିରେ ଆଗେଇ ଚାଲିଛି। ଯେକୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ସାଧାରଣ ଜନତାଙ୍କ ସହ ଭାଗିଦାରିତା ନିତ୍ୟାନ୍ତ ଆବଶ୍ୟକ। ଏହାକୁ ଉପଲବ୍ଧ କରି ରାଜ୍ୟ ସରକାର ପଞ୍ଚାୟତ ସ୍ତରୀୟ ଆରମ୍ଭ କରିଛି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର।
୫ଟି ଯୋଜନା ମାଧ୍ୟମରେ ରୂପାନ୍ତରିତ କାର୍ଯ୍ୟକ୍ରମ ଅଧିକ ଗୁରୁତ୍ୱ ଦିଆଯିବା ସହ ବିକାଶ ନକ୍ସା ଆଙ୍କୁଛି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର । ଏହି ପରିପେକ୍ଷୀରେ ବୁଧବାର ଲାଖବହାଲି ଖେଳ ପଡ଼ିଆ ଠାରେ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ମାଝୀଙ୍କ ଅଧକ୍ଷତାରେ ଆୟୋଜିତ ହୋଇଯାଇଛି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ।
ଏଥିରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଗଡ଼ ବ୍ଲକ ଅଧକ୍ଷା କମଳା ପାତ୍ର ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥିଭାବେ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ସହକାରୀ ଯନ୍ତ୍ରୀ ସାଲକୋ ହେମ୍ରମ୍ , ପାର୍ବତୀ ମାଝୀ , ପଡ଼ି ମାଝୀ , ଲାଞ୍ଜିଗଡ଼ ଆଇ ଆଇ ସି ବିଜୟ ଲକ୍ଷ୍ମୀ ହିକକା ,ବିଶ୍ୱାନଥପୁର ଆଇ ଆଇ ସି ମମତା ହେମ୍ରମ , ବିଜେପୁର ଆଇ ଆଇ ସି ରଘୁନାଥ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ତହସିଲଦାର କିରଣ କୁମାର ମହାନ୍ତି ଯୋଗଦେଇ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ରୂପାନ୍ତରିତକରଣ ବିଷୟରେ ମାର୍ଗଦର୍ଶନ କରିଥିଲେ। ଏବଂ ଏହି ଅବସରରେ କୃଷି ଉଦ୍ୟାନ, ସ୍ୱାସ୍ଥ୍ୟ, ଶିକ୍ଷା, ସମନ୍ୱିତ ଶିଶୁବିକାଶ, ପ୍ରାଣୀ ସମ୍ପଦ ବିଭାଗ ସମେତ ଅନେକ ବିଭାଗର ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି ଅଧିକାରୀ ମାନଙ୍କ ଦ୍ୱାରା ମାର୍ଗ ଦର୍ଶନ ଦିଆଯାଇଥିଲା। ଏଥିରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ସାଂସ୍କୃତିକ ଦଳ ଯୋଗଦେଇ ରାଜ୍ୟ ସରକାରଙ୍କ ଅନେକ ଜନହିତକାରୀ ଯୋଜନାକୁ ନୃତ୍ୟ ସଂଗୀତ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ଗ୍ରାମ ରୋଜଗାର ସେବକ ଫକିର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଗୋପାଳ ଦାସ ମହାନନ୍ଦ ଏବଂ ଲାଖବହାଲି ପଞ୍ଚାୟତର ସମସ୍ତ କର୍ମଚାରୀ, ଗାଁ ସାଥି, ଏମବିକେ, ସିଆରପି ମାନେ ସହଯୋଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ତିନି ଗୋଟି ଥାନାର ପୁଲିସ ବଳ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିୟୋଜିତ ହୋଇଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories