www.samajalive.in
Saturday, December 6, 2025
15.1 C
Bhubaneswar

ମାଲ୍ୟା, ମୋଦି ଓ ଚୋକ୍ସିଙ୍କର ୧୮,୧୭୦ କୋଟି ସମ୍ପତ୍ତି ଜବତ କରିଛି ଇଡି

ନୂଆଦିଲ୍ଲୀ: ଭାରତରେ ବିପୁଳ ଅର୍ଥ ଠକେଇ କରି ବିଦେଶକୁ ପଳାଇ ଯାଇଥିବା ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୋକ୍ସିଙ୍କର ଏପର୍ଯ୍ୟନ୍ତ ମୋଟ ୧୮,୧୭୦.୦୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିସାରିଛି। ଏଥିସହିତ ଜବତ ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟରୁ ଇତିମଧ୍ୟରେ ପିଏମଏଲଏ ଅଧୀନରେ ୯୩୭୧.୧୭ କୋଟି ଟଙ୍କା ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରାଯାଇସାରିଛି। ସୂଚନାଯୋଗ୍ୟ ଯେ ଏହି ବ୍ୟବସାୟୀମାନେ ଭାରତରେ ଏକାଧିକ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଜାଲିଆତି କରି ଋଣ ନେଇଥିଲେ। ତାହା ସେମାନେ ପରିଶୋଧ କରିବା ପରିବର୍ତ୍ତେ ଦେଶରେ ଦଣ୍ଡିତ ହେବାରୁ ରକ୍ଷା ପାଇବାକୁ ବିଦେଶ ପଳାଇ ଯାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories