www.samajalive.in
Saturday, December 6, 2025
26.1 C
Bhubaneswar

ନବ ନିଯୁକ୍ତି ଗ୍ରାମ ରୋଜଗାର ସେବକଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଜିଲ୍ଲାପାଳ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ବହୁ ଦିନରୁ ଖାଲି ପଡି ରହିଥିବା ଗ୍ରାମ ରୋଜଗାର ସେବକ ପଦବୀ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଉଦ୍ୟମ କ୍ରମେ ପୂରଣ ହୋଇପାରିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଖାଲିପଡ଼ିଥିବା ୩୩ ଗୋଟି ଗ୍ରାମ ରୋଜଗାର ସେବକ ପଦବୀ ପୂରଣ ପାଇଁ ଏଥି ନିମନ୍ତେ ଯୋଗ୍ୟ ବ୍ୟକ୍ତିଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିବା ପାଇଁ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ନବରଙ୍ଗପୁର ଦ୍ବାରା ବିଜ୍ଞପ୍ତି ପତ୍ର ସଂଖ୍ୟା ୧୨୯୯, ତା ୧୨.୧୨.୨୦୧୯ ରେ ପ୍ରକାଶ ପାଇଥିଲା। ଏହି ପଦବୀରେ ନିଯୁକ୍ତି ପାଇବା ପାଇଁ ୨୯୭୯ ଜଣ ଆବେଦନ କରିଥିଲେ। ଏହି ଆବେଦନ ପତ୍ର ଗୁଡ଼ିକ ଯାଞ୍ଚ କରାଯାଇ ୧୬୫ ଜଣଙ୍କ ଯୋଗ୍ୟ ତାଲିକା ପ୍ରସ୍ତୁତ କରାଯାଇଥିଲା। ଦ୍ଵିତୀୟ ପର୍ଯ୍ୟାୟରେ ୯୯ ଜଣଙ୍କର ଯୋଗ୍ୟ ତାଲିକା ପ୍ରକାଶ କରାଯାଇଥିଲା, ତନ୍ମଧ୍ୟରୁ ୩୩ ଜଣଙ୍କୁ ଶେଷରେ ଯୋଗ୍ୟ ବିବେଚିତ କରାଯାଇଥିଲା।
ଏହି ନବ ନିଯୁକ୍ତି ପାଇଥିବା ଗ୍ରାମ ରୋଜଗାର ସେବକ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ଜିଲ୍ଲାପରିଷଦ ରାଜୀବ ଭବନ ଠାରେ କରାେନା କଟକଣା ନିୟମାନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରି ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବ ନିଯୁକ୍ତି ପାଇଥିବା ୨୯ ଜଣ ଗ୍ରାମ ରୋଜଗାର ସେବକ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।
ଅନ୍ତର୍ଜାତୀୟ ଯୋଗା ଦିବସ ପାଳନ ଅବସରରେ ନିଯୁକ୍ତି ପତ୍ର ପ୍ରଦାନ କାର୍ଯକ୍ରମ ଆୟୋଜନ କରାଯାଇଥିବାରୁ ଏହି ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଗ୍ରାମ ରୋଜଗାର ସେବକମାନଙ୍କ  ମୁଖ୍ୟ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ତୃଣମୂଳ ସ୍ତରରେ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଯୋଜନାର ସଫଳ ରୂପାୟନରେ ଗ୍ରାମ ରୋଜଗାର ସେବକ ମାନଙ୍କ ଗୁରୁ ଦାୟିତ୍ଵ ଥିବାରୁ କର୍ମ ବୀର ସାଜି କର୍ତ୍ତବ୍ୟ ପରାୟଣ ହୋଇ ନିଷ୍ଠାପର ଭାବରେ ସେବା ମନୋଭାବ ନେଇ ନିଜ ନିଜର ଦାୟିତ୍ଵ ସୁଚାରୁରୂପେ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ଠାରୁ ନିଯୁକ୍ତି ପତ୍ର ପାଇଥିବା ୨୯ ଜଣଙ୍କ ମଧ୍ୟରୁ ମାତ୍ର ୭ ଜଣ ପୁରୁଷ ବର୍ଗର ରହିଥିବା ବେଳେ ବାକି ସମସ୍ତେ ମହିଳା ବର୍ଗ ର ଅଟନ୍ତି। ଅବଶିଷ୍ଟ ଯୋଗ୍ୟ ୪ ଜଣ ମୂଳ ନକଲ ଦାଖଲ କଲାପରେ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରକାଶ କରିଥିଲେ। ନିଯୁକ୍ତି ପାଇଥିବା ସମସ୍ତ ଗ୍ରାମ ରୋଜଗାର ସେବକ ମାନଙ୍କୁ ୨୨/୨୩.ତାରିଖ ଦୁଇ ଦିନ ଜିଲ୍ଲାପରିଷଦ ରାଜୀବ ଭବନ ଠାରେ ପ୍ରଶିକ୍ଷଣ ଦିଆଯିବ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଗ୍ରାମ ରୋଜଗାର ସେବକ ମାନଙ୍କ କାର୍ଯ୍ୟ,ଦାୟିତ୍ଵ ବିଷୟରେ ସୂଚନା ଦେଇ ନିଜନିଜର ଦାୟିତ୍ଵ ଠିକ୍ ଭାବରେ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ  ଶିଶିର କୁମାର ପାଣି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ୍ ଯୋଗଦେଇଥିଲେ। ନିଯୁକ୍ତି ଚୟନ ପ୍ରକ୍ରିୟାରେ କୁମାରୀ ବବିତା ପଟ୍ଟନାୟକ, ବରିଷ୍ଟ ରାଜସ୍ବ ସହାୟିକା,  ମହମ୍ମଦ ସାହି ଅକ୍ତେ, କନିଷ୍ଠ ରାଜସ୍ବ ସହାୟକ ସହାୟତା କରିଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories