www.samajalive.in
Saturday, December 6, 2025
16.1 C
Bhubaneswar

ଅନୀଲ ଅମ୍ବାନୀଙ୍କୁ ଇଡି ଝଟ୍‌କା

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଇଡି ଝଟକା ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ପାଇଁ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ ଆଟାଚମେଣ୍ଟ ଆଦେଶ ଜାରି କରାଯାଇଛି। ଭୁବନେଶ୍ୱର ସମେତ ନଭି ମୁମ୍ବାଇ, ଚେନ୍ନାଇ, ପୁନେରେ ଥିବା ସମ୍ପତ୍ତି ଗୁଡିକୁ ଇଡି ଆଟାଚ୍ କରିଛି। ପ୍ରାୟ
୧୪ ଶହ ୫୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି। ବର୍ତ୍ତମାନ ସୁଦ୍ଧା ଇଡି ଆଟାଚ୍ କଲାଣି ୯ ହଜାର କୋଟି ଟଙ୍କାର ସମ୍ପତ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୩୧ ତାରିଖରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ)ର ଧାରା ୫(୧) ଅନୁଯାୟୀ ନିର୍ଦ୍ଦେଶ ଜାରି ହେବା ପରେ ଏଜେନ୍ସି କାର୍ଯ୍ୟାଳୟ ପରିସର, ଆବାସିକ ୟୁନିଟ୍ ଏବଂ ଜମି ପାର୍ସଲ ସମେତ ଏହି ସମ୍ପତ୍ତି ଗୁଡ଼ିକୁ ଆଟାଚ୍ କରିବା ଆରମ୍ଭ କରିଥିଲା। ନଭେମ୍ବର ମାସ ଆରମ୍ଭ ରେ
କେନ୍ଦ୍ରୀୟ ଏଜେନ୍ସି ଅନୀଲ ଅମ୍ବାନୀଙ୍କ ସହ ଜଡିତ ପ୍ରାୟ ୩,୦୮୪ କୋଟି ଟଙ୍କାର ସମ୍ପତ୍ତିକୁ ଆଟାଚ୍ କରିଥିଲା। ମଙ୍ଗଳବାର ଦିନ, ସୁପ୍ରିମକୋର୍ଟ ଅନିଲ ଅମ୍ବାନୀଙ୍କ ଦ୍ୱାରା ପ୍ରୋତ୍ସାହିତ ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍ ଏବଂ ଅନ୍ୟାନ୍ୟ କମ୍ପାନୀଗୁଡ଼ିକ ଦ୍ୱାରା ହୋଇଥିବା ବ୍ୟାଙ୍କ ଠକେଇ ମାମଲାର କୋର୍ଟ-ତଦାରଖରେ ତଦନ୍ତ ପାଇଁ ଏକ ଆବେଦନ ଉପରେ ଏକ ନୋଟିସ୍ ଜାରି କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories