www.samajalive.in
Monday, December 15, 2025
27.1 C
Bhubaneswar

ବଢିଲା ସିସୋଦିଆଙ୍କ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ରିମାଣ୍ଡ ଅବଧି ୫ ଦିନ ବୃଦ୍ଧି ପାଇଛି। ଆଉ ୫ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତରେ ରହିବେ ସିସୋଦିଆ। ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଶୁକ୍ରବାର ଏନେଇ ନିର୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅର୍ଥ ହେରଫେର ସମ୍ବନ୍ଧୀୟ ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ମନୀଷ ସିସୋଦିଆଙ୍କୁ କୋର୍ଟରେ ହାଜର କରିଥିଲା। ସିସୋଦିଆଙ୍କ ରିମାଣ୍ଡ ଆଜି ଶେଷ ହୋଇଥିଲା। ଇଡି କୋର୍ଟରୁ ସିସୋଦିଆଙ୍କୁ ଆଉ ୭ ଦିନ ରିମାଣ୍ଡରେ ନେବାକୁ ନିବେଦନ କରିଥିଲା।

ସୂଚନାଯୋଗ୍ୟ, ମନୀଷ ସିସୋଦିଆ ଗତ ଫେବୃଆରୀ ୨୬ ତାରିଖରୁ ଜେଲରେ ଅଛନ୍ତି। ସିବିଆଇ ତାଙ୍କୁ ଏକ ନୂଆ ମଦ ନୀତି ସହ ଜଡ଼ିତ ଦୁର୍ନୀତି ଅଭିଯୋଗରେ ଗିରଫ କରିଥିଲା।

- Advertisement -

 

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories