ଡେସ୍କ: ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ଭୁବନେଶ୍ୱର ସ୍ଥିତ ରେଳସଦନ ଠାରେ ଭାରତ ରତ୍ନ ବାବା ସାହେବ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କର ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି। ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ସ୍ବର୍ଗତ ବାବା ସାହେବ ଡ଼. ବି.ଆର.ଆମ୍ବେଦକରଙ୍କୁ ପୁଷ୍ପମାଲ୍ୟ ପ୍ରଦାନକରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ସିଦ୍ଧାର୍ଥ କାଟି ଏବଂ ଉପ ମୁଖ୍ୟ କାର୍ମିକ ଅଧିକାରୀ ସୁରେଶ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ଠାରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀ ମାନେ ମହାପରିନିର୍ବାଣ ଦିବସ ପାଳନ କରିବା ଅବସରରେ ବାବା ସାହେବଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
Popular Categories



