www.samajalive.in
Friday, December 12, 2025
19.1 C
Bhubaneswar

ନିଯୁକ୍ତି ମେଳାର ଭିତିରି କଥା – ଖର୍ଚ୍ଚ ୩ କୋଟି ୮୦ ଲକ୍ଷ, ନିଯୁକ୍ତି ୧ ଲକ୍ଷ ୫ ହଜାର ୪୪୪

ଡେସ୍କ: ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଛନ୍ତି ଓ ସେହି ସମୟ ମଧ୍ୟରେ ୧ ଲକ୍ଷ ୫ ହଜାର ୪୪୪ ଅଶାୟୀଙ୍କୁ ନିଯୁକ୍ତି ମିଳିଛି। ଆଜି ବିଧାନସଭାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।

ବିରୋଧୀ ସଦସ୍ୟଙ୍କ ଗତ ୧୦ ବର୍ଷରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି କାର୍ଯ୍ୟକ୍ରମ ଜରିଆରେ ୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିବା ବେଳେ ବିଗତ ପାଞ୍ଚ ବର୍ଷରେ ନିଯୁକ୍ତି ମେଳା ଆୟୋଜନ କରି ମାତ୍ର ୧ ଲକ୍ଷ ୫ ହଜାର ୪୪୪ ଜଣଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତ। ୨୨୬ଟି ନିଯୁକ୍ତି ମେଳା ଆୟୋଜନ ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୩ କୋଟି ୮୦ ଲକ୍ଷ ଟଙ୍କା। ସେହିପରି ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଜରିଆରେ ବିଗତ ପାଞ୍ଚ ବର୍ଷରେ ୩୬ ହାଜର ୩୨୯ ଜଣ ଯୁବକ ଯୁବତୀଙ୍କୁ ତାଲିମ ଦିଆଯାଇଥିବା ବେଳେ ମାତ୍ର ୧୫ ହଜାର ୩୮ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବିଗତ ପାଞ୍ଚ ବର୍ଷରେ ୧୨ ଲକ୍ଷ ୧୩ ହଜାର ୯୨୪ ଜଣ ଯୁବକ ଯୁବତୀ ପଞ୍ଜିକରଣ କରି ଚାକରି ଅପେକ୍ଷାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୨ ହଜାର ୨୭୪ ଜଣଙ୍କୁ ନିଯୁକ୍ତି ମିଳିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories