www.samajalive.in
Saturday, December 6, 2025
14.1 C
Bhubaneswar

ଇକୋ ରିଟ୍ରିଟ୍ ପାଇଁ ପଡ଼ିଆ ଜମି ମପାକୁ ବିରୋଧ ; ୬ଦିନ ସମୟ ଦେଲେ ଅଧିବାସୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା  ଦାରିଙ୍ଗବାଡ଼ି ସ୍ଥିତ ହିଲଭିୟୁ ନିକଟ ପଡ଼ିଆ ଜମିରେ ହେବାକୁ ଥିବା ଇକୋ ରିଟ୍ରିଟ୍ କାର୍ଯ୍ୟକୁ ସ୍ଥାନୀୟ ସାରିଙ୍ଗିରିପି ଅଧିବାସୀମାନେ ବିରୋଧ କରିଛନ୍ତି। ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମ ପାଇଁ ଗତ ଦିନରେ ଜିଲା ପ୍ରଶାସନ ଦ୍ୱାରା ଉକ୍ତ ଜମିକୁ ଶନିବାର ଚିହ୍ନଟ କରାଯାଇଥିଲା। ତେବେ ଉକ୍ତ ଚିହ୍ନଟ ଜମିରେ କିଛି ସ୍ଥାନ ବ୍ୟକ୍ତିଗତ ଲୋକଙ୍କ ନାମରେ ପଟା ହୋଇଥିବା ବେଳେ ଅନ୍ୟ ସବୁ ଜମି ସରକାରୀ ଜମି ରହିଛି। ସରକାରୀ ଜମିକୁ ଆଖି ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ କରିବା ପାଇଁ ସୋମବାର ଦାରିଙ୍ଗବାଡ଼ି ତହସିଲ୍ଦାର ନୀତିଶ ତ୍ରିପାଠୀ , ଥାନା ଅଧିକାରୀ କୌଶିକ ମାଝୀ ପ୍ରମୁଖ ଉପସ୍ଥିତିରେ ଜମି ଚିହ୍ନଟ ପ୍ରକିୟା ଆରମ୍ଭ୍ କରିଥିଲେ। ତେବେ ଅଞ୍ଚଳର ଶତାଧିକ ଳୋକ ଏହାକୁ ବିରୋଧ କରିଥିଲେ। ଗତ ୧୧ ବର୍ଷତଳେ ୨୪୨ ଜଣ ଆଦିବାସୀ ଲୋକଙ୍କ ପାଇଁ ଜଙ୍ଗଲ ଜମି ପଟା ନିମନ୍ତେ ଜମି ମପା ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପଟା ପ୍ରଦାନ କରାଯାଇନାହିଁ। ଗତ ଜାନୁୟାରୀ ମାସରେ ପଟା ପ୍ରଦାନ କରାଯିବା ନେଇ ପ୍ରଶାସନ ପକ୍ଷରୁ ମଧ୍ୟ କୁହାଯାଇଥିଲା। ତାହା ମଧ୍ୟ ହୋଇନାହିଁ। ଲୋକଙ୍କୁ ଜଙ୍ଗଲ ଜମି ଦେବା ନେଇ ଜମି ମାପ ହେବାପରେ କିପରି ଭାବେ ଏହି ଜମିକୁ ଆମେ ସରକାରଙ୍କୁ ଦେବୁ ବୋଲି ଲୋକେ ପ୍ରଶ୍ନ କରି ପ୍ରତିବାଦ ଜଣାଇଥିଲେ। ଉକ୍ତ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନରେ କାର୍ଯ୍ୟକ୍ରମ କରିବାକୁ ପ୍ରଶାସନକୁ ଗ୍ରମାବାସୀ ଦାବି କରିଥିଲେ। ତହସିଲଦାର ଓ ଥାନା ଅଧିକାରୀ ବହୁ ବୁଝାସୁଝା କରିଥିଲେ ମଧ୍ୟ କେହି ବୁଝି ନଥିବା ବେଳେ ଜମି ବିବାଦର ନିଷ୍ପତ୍ତି ନେବା ପାଇଁ ପ୍ରଶାସନକୁ ୬ଦିନର ସମୟ ମାଗିଥିଲେ ଗ୍ରାମବାସୀ। ୬ଦିନ ମଧ୍ୟରେ ଗ୍ରାମବାସୀ ଆଲୋଚନା କରି ଇକୋ ରିଟ୍ରିଟ୍ ପାଇଁ ଜମି ପ୍ରଦାନ କରାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ଜଣାଇବେ ବୋଲି ଅଞ୍ଚଳବାସୀ ପ୍ରଶାସନ ଆଗରେପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ ନିଷ୍ପତ୍ତି ନ ସରିବା ଯାଏଁ ଜମିକୁ କୌଣସି ମତେ ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରିପାରିବେ ନାହିଁ ବୋଲି ଅଞ୍ଚଳବାସୀମାନେ ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories