www.samajalive.in
Saturday, December 6, 2025
23.1 C
Bhubaneswar

ପୁଲିସ, ପ୍ରଶାସନ ସହ ଇସିଆଇଙ୍କ ଆଲୋଚନା: ଅବାଧ, ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ଵାରୋପ

ଭୁବନେଶ୍ଵର: ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ଲାଗି ଓଡ଼ିଶା ଗସ୍ତରେ ଆସିଥିବା ଇଲେକ୍ସନ କମିଶନ ଅଫ ଇଣ୍ଡିଆ(ଇସିଆଇ)ର ୬ଜଣିଆ ଟିମ୍‌ ଗୁରୁବାର ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ସହ ବୈଠକ କରିଥିବା ବେଳେ ଶୁକ୍ରବାର ଦ୍ବିତୀୟ ଦିନରେ ପୁଲିସ ବିଭାଗ ଏବଂ ପ୍ରଶାସନ ସହିତ ଆଲୋଚନା କରିଛନ୍ତି। ଏ ନେଇ ଆୟୋଜିତ ଏକ ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଏବଂ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ପରେ କମିଶନଙ୍କ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି ଯେ, ନିରାପଦ ପରିବେଶରେ ନିର୍ବାଚନ ସାରିବା ଉପରେ ଗୁରୁତ୍ଵ ଦିଆଯାଇଛି। ନିର୍ବାଚନକୁ ଅବାଧ କରିବା ପାଇଁ ସିଟିଜେନ ଭିଜିଲାନ୍ସ ଆପ୍ଲିକେଶନ କରାଯାଇଛି। କୌଣସି ବ୍ୟକ୍ତି ଚାହିଁଲେ ଫଟୋଗ୍ରାଫ ନେଇ ଆପ୍ଲିକେଶନରେ ଅଭିଯୋଗ କରିପାରିବେ। କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ୧୦୦ ମିନିଟ ମଧ୍ୟରେ ଅବଗତ କରାଯିବ। ଆସନ୍ତା ୧୭ ଏବଂ ୨୩ ତାରିଖରେ ଏକ ଶିବିର ଅନୁଷ୍ଠିତ ହେବ। ଭୋଟର ତାଲିକାରୁ ବାଦ ପଡ଼ିଥିବା ବ୍ୟକ୍ତିମାନଙ୍କୁ ଏଥିରେ ସୁଯୋଗ ମିଳିବ। ସେହିପରି କମିଶନଙ୍କ ଟିମ୍‌ ସହିତ ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନିର୍ବାଚନ ସମୟରେ ଆଇନଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୁଥରେ ବିଦ୍ୟୁତ ଏବଂ ପାନୀୟଜଳ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି। ନିର୍ବାଚନ କମିଶନଙ୍କ ଗାଇଡଲାଇନ ସମ୍ପର୍କରେ ଅବଗତ କରାଯାଇଛି। ଡିଜିପି ଶର୍ମା କହିଛନ୍ତି, ସମ୍ବେଦନଶୀଳ ବୁଥଗୁଡ଼ିକ ଉପରେ ପୁଲିସର ନଜର ରହିଛି। ମାଓବାଦୀ ଉପଦ୍ରୁତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର ସୁରକ୍ଷା ଅଧିକାରୀଙ୍କ ସହ ବିଶେଷ ଭାବେ ଆଲୋଚନା ହେବ। ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଟଙ୍କା କାରବାର ଉପରେ କଡ଼ା ନଜର ରହିବ। ନିର୍ବାଚନରେ ଯିବେ ବିଶୃଙ୍ଖଳା ସୃଷ୍ଟି କରିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶର୍ମା ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories