ନମୋ ଟିଭିକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ – ଆଗ ଅନୁମତି, ପରେ ପ୍ରସାରଣ

ନୂଆଦିଲ୍ଲୀ: ନମୋ ଟିଭିରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ପୂର୍ବ-ପ୍ରମାଣିତ ହେବ ଆବଶ୍ୟକ ବୋଲି ନିର୍ବାଚନ କମିଶନ କହିବାର ଗୋଟିଏ ଦିନ ପରେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି କୁ ନିର୍ଦ୍ଦେଶ ପ୍ରଦାନ କରି ପୂର୍ବ-ପ୍ରମାଣିତ ହୋଇନଥିବା କୌଣସି କାର୍ଯ୍ୟକ୍ରମ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ-ପ୍ରମାଣିତ ହୋଇନଥିବା ତଥ୍ୟ ସବୁକୁ ତୁରନ୍ତ ହଟାଇ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଦୁଇ ଜଣ ଅଧିକାରୀଙ୍କୁ ନମୋ ଟିଭି ଦେଖିବା ଓ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡିକୁ ତର୍ଜମା କରିବା ପାଇଁ କୁହାଯାଇଛି।
ପୂର୍ବରୁ କଂଗ୍ରେସ ଏ ନେଇ ଅଭିଯୋଗ କରିବା ପରେ ନିର୍ବାଚନ କମିଶନ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲେ। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ନମୋ ଟିଭି ଲୋଗୋକୁ ଅନୁମୋଦନ କରିଥିଲେ ମଧ୍ୟ ତଥ୍ୟ ଗୁଡିକୁ ଅନୁମୋଦନ କରି ନ ଥିଲେ। ଅନ୍ୟ ଏକ ଘଟଣା କ୍ରମରେ ନିର୍ବାଚନ କମିଶନ ନମୋ ଟିଭିକୁ ରାଜନୈତିକ ବିଜ୍ଞାପନ ବୋଲି ଅଭିହିତ କରିଥିବା ବେଳେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହାକୁ ‘ବିଶେଷ ସେବା ପ୍ରସାରଣ’ କହିବା ସହ ଏଥିପାଇଁ କୌଣସି ଲାଇସେନ୍ସର ଆବଶ୍ୟକତା ନ ଥିବା କହିଥିଲେ।
Comments are closed.