www.samajalive.in
Sunday, December 7, 2025
13.1 C
Bhubaneswar

ସ୍ୱଭାବ ସହ ଜଡିତ ଭୋଜନ

ଭୋଜନକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି ଆମିଷ ଓ ଅନ୍ୟଟି ନିରାମିଷ। ଭୋଜନ ଆମ ସ୍ୱଭାବରେ ମଧ୍ୟ ପ୍ରଭାବ ପକାଇଥାଏ। ନିଜର ସ୍ୱଭାବ ଅନୁଯାୟୀ ଆପଣ କେଉଁ ପ୍ରକାରର ଭୋଜନ କରିବା ଆବଶ୍ୟକ ତାହା ହୁଏତ ଆପଣ ଜାଣି ନଥିବେ। କେଉଁ ସ୍ୱଭାବର ବ୍ୟକ୍ତି କି ପ୍ରକାରର ଭୋଜନ ଖାଇବା ଉଚିତ ଜାଣନ୍ତୁ….
ଭାବୁକ ସ୍ୱଭାବର ବ୍ୟକ୍ତି –
ବହୁ ଲୋକେ ସ୍ୱଭାବରେ ଖୁବ ଭାବୁକ ହୋଇଥାଆନ୍ତି। ଏହି ସ୍ୱଭାବର ବ୍ୟକ୍ତି ମିଠା ଦ୍ରବ୍ୟ ଖାଇବା ଉଚିତ। ନିଜର ନିୟମିତ ଭୋଜନରେ ଗୁଡ଼, କିମ୍ବା ରୁଟି ଓ ମିଠା ଖାଆନ୍ତୁ। ଶୁଭଫଳ ମିଳିବା ସହ କାର୍ୟ୍ୟରେ ସଫଳତା ମିଳିଥାଏ। ଏହି ସ୍ୱଭାବର ବ୍ୟକ୍ତି ବାସି ଖାଦ୍ୟ ଖାଇବା ଉଚିତ ନୁହେଁ।
କ୍ରୋଧ ସ୍ୱଭାବର ବ୍ୟକ୍ତି –
ଆପଣ ଏପରି ବହୁ ବ୍ୟକ୍ତି ଦେଖିଥିବେ ଯେଉଁମାନେ ଛୋଟ କଥାରେ ମଧ୍ୟ ଖୁବ ଅଧିକ ରାଗି ଯାଇଥାଆନ୍ତି। ଏହି କ୍ରୋଧ ସ୍ୱଭାବର ବ୍ୟକ୍ତି ପିଆଜ, ରସୁଣ, ଆମିଷ ଖାଦ୍ୟ କମ ପରିମାଣରେ ଖାଇବା ଉଚିତ।
ଚିନ୍ତାଗ୍ରସ୍ତ ବ୍ୟକ୍ତି –
ଏହି ସ୍ୱଭାବର ବ୍ୟକ୍ତି କ୍ଷୀର କିମ୍ବା କ୍ଷୀରରେ ପ୍ରସ୍ତୁତ ଦ୍ରବ୍ୟ ଖାଇବା ଦ୍ୱାରା ବହୁ ଶୁଭଫଳ ମିଳିଥାଏ। ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ।
ଦୁର୍ବଳ ସ୍ୱଭାବର ବ୍ୟକ୍ତି –
ବହୁ ଲୋକେ ମାନସିକ ଓ ଶାରୀରିକ ଉଭୟେ ରୂପେ ଦୁର୍ବଳ ଥାଆନ୍ତି। ଏମାନଙ୍କୁ ସର୍ବଦା ରୋଗ ଲାଗିରହିଥାଏ। ଏହି ସ୍ୱଭାବର ବ୍ୟକ୍ତି ଫଳ ଓ ସବୁଜ ପନିପରିବା ଖାଇବା ଉଚିତ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories