www.samajalive.in
Saturday, December 6, 2025
23.1 C
Bhubaneswar

ସମୟ ବଞ୍ଚାଇବା ପାଇଁ କରୁଛନ୍ତି କି ଏହି ଭୁଲ ?

ଦୁନିଆରେ ସମସ୍ତ କାମ ପାଇଁ କିଛି ସ୍ୱତନ୍ତ୍ର ଶୈଳୀ ରହିଛି। ସେହି ଶୈଳୀରେ କାର୍ଯ୍ୟ କରିବା ଦ୍ୱାରା ସଠିକ ପରିଣାମ ମିଳିଥାଏ। ଉଦାହରଣ ସ୍ୱରୂପ ଭୋଜନ କରିବା ଶୈଳୀ ବିଷୟରେ ଚିନ୍ତା କରନ୍ତୁ। ଭାରତୀୟ ସଭ୍ୟତା ଅନୁଯାୟୀ ଭୂମିରେ ଆସନ ପକାଇ ଭୋଜନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ। ମାତ୍ର ବର୍ତ୍ତମାନର କର୍ମବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଅଧିକାଂଶ ଲୋକେ ସମୟ ବଞ୍ଚାଇବା ପାଇଁ ଠିିଆ ହୋଇ ଭୋଜନ କରିଥାଆନ୍ତି। ଏହା କେତେ ଦୂର ଠିକ୍‍? ଖାଦ୍ୟ ଖାଇବାର ସଠିକ ଶୈଳୀ କ’ଣ , ଏହା ଜାଣିବା ନିତାନ୍ତ ଆବଶ୍ୟକ। ଠିଆ ହୋଇ ଖାଦ୍ୟ ସେବନ କଲେ କିି କି ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ ଜାଣନ୍ତୁ..
ଘରେ ସର୍ବଦା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କହିଥିବାର ଶୁଣିଥିବେ, ସବୁ ବେଳେ ବସି କରି ଭୋଜନ କରିବା ପାଇଁ। ଠିଆ ହୋଇ ଖାଦ୍ୟ ଖାଇବା ଦ୍ୱାରା ଏହା ଅନେକ ରୋଗର କାରଣ ହୋଇଥାଏ। ଏହାସହ ବିଛଣାରେ ଶୋଇ କରି ମଧ୍ୟ ଅନେକ ଜଳଖିଆ ଖାଇଥାଆନ୍ତି। ଏହା ଏସିଡିଟିର ମୁଖ୍ୟକାରଣ।
ଏକ ଅଧ୍ୟୟନ ଅନୁଯାୟୀ, ବସିକରି ଭୋଜନ କରିବା ଦ୍ୱାରା ମସ୍ତିଷ୍କକୁ ଭୋଜନ ହେବା ନେଇ ସୂଚନା ମିଳିଥାଏ। ଏହାଦ୍ୱାରା ଆବଶ୍ୟକତା ଠାରୁ ଅଧିକ ଖାଇବାକୁ ଇଚ୍ଛା ହୋଇନଥାଏ। ଫଳରେ ଓଜନ ବୃଦ୍ଧି ହେବାର ସମ୍ଭାବନା ନଥାଏ।
ଠିଆ ହୋଇ ଶୀଘ୍ର ଶୀଘ୍ର ଭୋଜନ କରୁଥିଲେ, ଜଲଦି ହଜମ ହେବା କ୍ଷତିକାରକ ହୋଇଥାଏ। ଏହା କମ ସମୟରେ ପୋଷକ ତତ୍ତ୍ୱ ଅବଶୋଷିତ କରିଥାଏ,ସଠିକ ପୋଷକ ତତ୍ତ୍ୱ ଶରୀରକୁ ମିଳିପାରି ନଥାଏ। ଏହାସହ ଖାଦ୍ୟ ଭଲ ଭାବେ ହଜମ ନ ହେବା ଦ୍ୱାରା ଗ୍ୟାଷ୍ଟ୍ରିକ ଓ ପେଟ ଫୁଲିବା ଭଳି ସମସ୍ୟା ହୋଇଥାଏ।
ଠିଆ ହୋଇ ଭୋଜନ କରିବା ଦ୍ୱାରା ପାଚନର ଗତି ୩୦% ଅଧିକ ହୋଇଥାଏ। ଫଳରେ କିଛି ସମୟ ପରେ ପୁଣି ଭୋକ ଲାଗିଥାଏ। ମାତ୍ର ସଠିକ୍‍ ପୋଷକ ତତ୍ତ୍ୱ ମିଳେ ନାହିଁ। ମାତ୍ର ବସି କରି ଭୋଜନ କରିବା ଦ୍ୱାରା ଖାଦ୍ୟ ସଠିକ ଭାବେ ହଜମ ହେବା ସହ ପୋଷକ ତତ୍ତ୍ୱ ମିଳିଥାଏ।
ଖାଦ୍ୟ ଖାଇବା ସମୟରେ ଭୋଜନ ଶୈଳୀ ବହୁ ମାତ୍ରାରେ ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ। ଠିଆ ହୋଇ ଭୋଜନ କରିବା ଦ୍ୱାରା ପେଟ ଖୁବ ଶୀଘ୍ର ଖାଲି ହୋଇଯାଏ। ଖାଦ୍ୟର କେତେକ ଅଂଶ ଅନ୍ତନଳୀରେ ରହିଯାଏ। ଏହା ଅନ୍ତନଳୀ ପାଇଁ କ୍ଷତିକାରକ ହୋଇଥାଏ। ଫଳରେ ପାଚନ ଜନିତ ସମସ୍ୟା ସୃଷ୍ଟି କରେ।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories