www.samajalive.in
Monday, December 15, 2025
27.1 C
Bhubaneswar

ସହଜ ଉପାୟରେ ମିଳେ ସୁଖସମୃଦ୍ଧି

ପ୍ରତ୍ୟେକ ଇଚ୍ଛା କରିଥାଆନ୍ତି ସେମାନଙ୍କ ଜୀବନ ହସଖୁସି ସହ ପରିବାର ଲୋକଙ୍କ ସହ ଅତିବାହିତ ହେଉ। ମାତ୍ର କେତେକ ସମୟରେ ଘରେ ଥିବା ବାସ୍ତୁ ଦୋଷ କାରଣରୁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହାକୁ ଦୂର କରିବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ ସେଭଳି କିଛି ସହଜ ଉପାୟ ବିଷୟରେ ଯାହା ଦ୍ୱାରା ଘରେ ସକରାତ୍ମକ ଶକ୍ତି ସହ ବାସ୍ତୁ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଜାଣନ୍ତୁ……..
ଘରର ପ୍ରବେଶ ଦ୍ୱାରର ପରଦାରେ ଘୁଙ୍ଗୁର ବାନ୍ଧିବା ଦ୍ୱାରା ଶୁଭଫଳ ମିଳିଥାଏ। ଘରର ମୁଖ୍ୟଦ୍ୱାରରେ ଘୋଡାନାଲ ଲଗାଇବା ଦ୍ୱାରା ବହୁ ସମସ୍ୟା ଦୂର ହୋଇଥାଏ।
ଘରେ ଅଖଣ୍ଡ ରାମାୟଣର ପାଠ କରାନ୍ତୁ। ଘରେ ବାସ୍ନା ଅଗରବତୀ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ ହୋଇଥାଏ।
ଘରେ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଜନିତ ସୃଷ୍ଟି ହେଉଥିଲେ ଘରକୁ ଭଲ ଭାବେ ସଫା ରଖନ୍ତୁ।
ଘରେ ଭଙ୍ଗାକାଚ ରଖନ୍ତୁ ନାହିଁ। ଘରର ଖାଦ୍ୟ ଖାଇବା ଟେବୁଲ ଗୋଲାକାର ହେବା ଉଚିତ ନୁହେଁ।
ପ୍ରତିଦିନ ସ୍ନାନ କରିବା ପରେ ମଥାରେ ତିଳକ ଲଗାନ୍ତୁ। ବିଦ୍ୟାର୍ଥୀମାନେ ସୂର୍ଯ୍ୟଦେବଙ୍କୁ ନିୟମିତ ଜଳ ଅର୍ପଣ କରନ୍ତୁ।
ମସ୍ତକ ଓ କଣ୍ଠରେ କେସର ରଙ୍ଗର ତିଳକ ଲଗାନ୍ତୁ। ଘରର ଝରକା ସର୍ବଦା ଘରର ଭିତର ଆଡକୁ ଖୋଲିବା ଉଚିତ। ଝରକାର ଆକାର ଅଧିକ ବଡ ହେଲେ ଏହାକୁ ଶୁଭ କୁହାଯାଏ।
କାହାକୁ ମଧ୍ୟ ଘଣ୍ଟା ଉପହାରରେ ଦିଅନ୍ତୁ ନାହିଁ।
ମନିପ୍ଲାଣ୍ଟ ବୃକ୍ଷକୁ ଘର ଭିତରେ ଲଗାନ୍ତୁ।ଏହି ବୃକ୍ଷକୁ ସୂର୍ଯ୍ୟଙ୍କ ସିଧାସଳଖ କିରଣରୁ ଦୂରରେ ରଖନ୍ତୁ। ପର୍ସରେ କଉଡି କିମ୍ବା ଗୁଜୁରାତି ରଖନ୍ତୁ।
ଶୟନ କକ୍ଷରେ ଝାଡୁ, ତେଲ ଟିଣ ଆଦି ରଖନ୍ତୁ ନାହିଁ।
ଘରର ସିଡି ତଳେ କୌଣସି ମହତ୍ତ୍ୱପୂର୍ଣ୍ଣ କାମ କରନ୍ତୁ ନାହିଁ।
ଦୋକାନ, କଳକାରଖାନା, କାର୍ଯ୍ୟାଳୟ ଆଦି ସ୍ଥାନରେ ବର୍ଷକୁ ଥରେ ପୂଜା ନିଶ୍ଚୟ କରନ୍ତୁ। ଗୁରୁଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ।

 

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories