www.samajalive.in
Saturday, December 6, 2025
15.1 C
Bhubaneswar

ମୁଣ୍ଡବିନ୍ଧା ସହ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର କରିବାରେ ଗୁଡ ଓ ଜୀରା ପାଣି ରାମବାଣ

ଜିରା ଓ ଗୁଡ଼ ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଜିରା ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରିବା ସହ ଖାଦ୍ୟ ହଜମ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟ। ସେହିପରି ଗୁଡ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି। ଜାଣନ୍ତୁ ଗୁଡ ଓ ଜିରା ଉଭୟ ସ୍ୱାସ୍ଥ୍ୟ ପାଇଁ କି କି ଉପକାର କରେ।
। ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ………
ମୁଣ୍ଡବିନ୍ଧା ଦୂର କରିବାର ଗୁଡ ଓ ଜୀରା ପାଣି ରାମବାଣ ।
ଗୁଡ ଓ ଜୀରା ପାଣି ପେଟ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ।
ଏହି ପାଣି ମହିଳା ଓ ଯୁବତୀଙ୍କ ପାଇଁ ଅତି ଉତ୍ତମ।
ଗୁଡ ଓ ଜୀରା ପାଣି ମେରୁଦଣ୍ଡ ଜନିତ ସମସ୍ୟାରୁ ଉପଶମ ଦେଇଥାଏ।
ଗୁଡ ଓ ଜୀରା ପାଣି ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ। ଏହା ଦ୍ବାରା ଏନିମିୟା ର ଆଶଙ୍କା କମ୍ ଥାଏ।
ଏକ ଗବେଷଣାରୁ ଜଣାପଡିଛି ଯେ, ଗୁଡ ଓ ଜୀରା ପାଣି ପିଇବା ଦ୍ବାରା ଜ୍ବର ଭଲ ହୋଇଥାଏ।
ଗୁଡ ଓ ଜୀରା ପାଣି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ।
ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ରରେ ଦୁଇ କପ୍ ପାଣି ନେଇ ଗ୍ୟାସରେ ମଧ୍ୟମ ଆଞ୍ଚରେ ବସାନ୍ତୁ। ଏକ ଚାମଚ ଗୁଡ ଓ ଏକ ଚାମଚ ଜୀରା ନେଇ ସେଥିରେ ମିଶାଇ ଫୁଟାନ୍ତୁ। ପାଣି ଗୋଟେ କପ୍ ହୋଇଗଲେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଏହାକୁ ଛାଣି ଏକ କପରେ ନେଇ ପିଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories