www.samajalive.in
Saturday, December 6, 2025
26.1 C
Bhubaneswar

ଜୟ ଶାହା ଏସିସି ଅଧ୍ୟକ୍ଷ ନିର୍ବାଚିତ

ନୂଆଦିଲ୍ଲୀ : ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ଆଉ ଏକ ନୂତନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି। ସେ ଏସୀୟ କ୍ରିକେଟ ପରିଷଦ (ଏସିସି) ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ୩୬ ବର୍ଷ ବୟସ୍କ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ନାଜ୍‌ମୁଲ ହାସନ୍‌ ପାପୋନଙ୍କ ସ୍ଥାନରେ ଜୟ ଏସିସି ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଧୁମଲ ଜୟଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ନେତୃତ୍ବ​‌େ​‌ର ଏସିସି ସଫଳତାର ଶୀର୍ଷ ସ୍ଥାନ ଛୁଇଁବା ସହିତ ଏସିଆରେ କ୍ରିକେଟ ଅଧିକ ଲାଭବାନ୍‌ ହୋଇପାରିବ ବୋଲି କହିଛନ୍ତି। ଜୟ ସର୍ବକନିଷ୍ଠ ବ୍ୟକ୍ତି ଭାବେ ଏସିସି ସଭାପତି ପଦରେ ଅଧିତିଷ୍ଠ ହୋଇଛନ୍ତି। ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଏସିସିକୁ ଦାୟିତ୍ବ ପ୍ରଦାନ କରାଯାଇଥାଏ। କରୋନା ମହାମାରୀ ପାଇଁ ୨୦୨୦ ଜୁନରେ ହେବାକୁ ଥିବା ଏସିଆ କପ୍‌ ସ୍ଥଗିତ ରହିଛି। ପାକିସ୍ତାନ ଏସିଆ କପ୍‌ ଆୟୋଜନ ନେଇ ଅଧିକାର ପାଇଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟ ବାଂଲାଦେଶ କିମ୍ବା ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ରହିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories