ଆଜି ଏହି ରାଶିମାନଙ୍କର ଆୟ ବୃଦ୍ଧି – ଶୁଭାଶୁଭ ଫଳ

ମେଷ-ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ। ବିଭିନ୍ନ ସ୍ତରରୁ ସମର୍ଥନ ମିଳୁଥିବାର ଜାଣି ଶତ୍ରୁ ପଛଘୁଞ୍ଚା ଦେବ। ଋଣ ପରିଶୋଧ କରି ମାନସିକ ଶାନ୍ତି ପ୍ରାପ୍ତ ହେବେ। ସୁସ୍ଥ ରହିବେ।

ବୃଷ-ପ୍ରବଚନର ପ୍ରସ୍ତୁତି ପାଇଁ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସ୍ତରରୁ ଆର୍ଥିକ ଅନୁଦାନ ପାଇବାର ସୂଚନା ମିଳୁଛି। ବିଦ୍ୟାର୍ଥୀ ଉଚ୍ଚ ଆଶା ପୂରଣ କରିବେ।

ମିଥୁନ- ଆୟ, ବ୍ୟୟ ସମାନ୍ତରାଳ ଗତି କରିବେ। ଚାକିରି କ୍ଷେତ୍ରରେ ସତର୍କତା ଯୋଗଁୁ ବିପଦରୁ ରକ୍ଷା ପାଇବେ। ବ୍ୟବସାୟ ଲାଭପ୍ରଦ ହେବ। ଧର୍ମ କାର୍ଯ୍ୟ କରିପାରନ୍ତି। ବିଦ୍ୟାର୍ଥୀ ପଢ଼ାପଢ଼ିରେ ମନଯୋଗୀ ହେବେ।

କର୍କଟ- ଆର୍ଥିକ ସ୍ଥିତି ଉନ୍ନତମାନର ହେବ। ଅସୁସ୍ଥତାର ଉପସମ ହେବ। ଚାକିରି କ୍ଷେତ୍ରରେ ସ୍ଥିତି ଅଟଳ ରହିବ। ବନ୍ଧୁମାନଙ୍କ ସହିତ ଆନନ୍ଦ ଉତ୍ସବରେ ମଜ୍ଜି ରହିବେ। ବିଦ୍ୟାର୍ଥୀମାନେ ଅଳ୍ପ ଆଗକୁ ବଢ଼ିପାରନ୍ତି।

ସିଂହ -ଅର୍ଥାଭାବ ପଡ଼ିବ ନାହିଁ। ବ୍ୟବସାୟରେ ଢେର ଉନ୍ନତି ଘଟିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନୋନିବେଶ କରିବେ।

କନ୍ୟା- ବିଭିନ୍ନ ସୂତ୍ରରୁ ରୋଜଗାର କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଚାକିରି କ୍ଷେତ୍ରରେ ଜଣେ କରିତ୍‌କର୍ମାର ପରିଚୟ ସୃଷ୍ଟି କରିବେ। ଚିନ୍ତାଧାରା ଉନ୍ନତମାନର ହେବ। ବିଦ୍ୟାର୍ଥୀମାନେ ଉଦ୍ୟମୀ ହେବେ।

ତୁଳା- ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ମୂଲ୍ୟବାନ୍‌ ଦ୍ରବ୍ୟର ଆଶାୟୀ ହେବେ। କେତେକ କ୍ଷେତ୍ରରେ କାର୍ଯ୍ୟ ହାସଲ କରିପାରନ୍ତି। ବାକ୍‌ ଚାତୁରୀରେ ପରକୁ ଆପଣାର କରିପାରନ୍ତି। ବିଦ୍ୟାର୍ଥୀ ମନୋଯୋଗୀ ହେବେ।

ବିଚ୍ଛା – ଅଧିକ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହୀ ହେବେ। ମନ ପ୍ରଫୁଲ୍ଲ ରହିବ। ବିବାଦରେ ବିଜୟୀ ହେବେ। ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ। ସରକାରୀ ସ୍ତରରୁ ଲାଭ ମିଳିବ। ବିଦ୍ୟାର୍ଥୀ କର୍ମଠ ହେବେ।

ଧନୁ- ଉପୁଜିଥିବା ସମସ୍ୟାର ସମାଧାନ କରିବେ। ଭ୍ରମଣ ଫଳପ୍ରଦ ହେବ। ଚାକିରି କ୍ଷେତ୍ରରେ ସହଯୋଗୀଙ୍କୁ ବନ୍ଧୁତାର ଆସନ ଦେଇପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ।

ମକର- ଦେହ ଓ ମନ ଭଲ ରହିବ। ମଥା ଟେକି ବାଟ ଚାଲିପାରନ୍ତି। ନିଜର କର୍ମଦ୍ବାରା ଭାଗ୍ୟକୁ ନିୟନ୍ତ୍ରଣ କରିପାରନ୍ତି। ମିଳିଥିବା କ୍ଷମତାକୁ ବିକେନ୍ଦ୍ରୀକରଣ କରି ଜନକଲ୍ୟାଣରେ ନିଜକୁ ସାମିଲ କରିପାରନ୍ତି।

କୁମ୍ଭ- କୀର୍ତ୍ତିମାନ୍‌ ହେବେ। ସରକାର ତଥା ବିଭାଗୀୟ ମୁଖ୍ୟଙ୍କ ପ୍ରିୟପାତ୍ର ହୋଇପାରନ୍ତି। ସହଯୋଗୀ ଓ ସହକର୍ମୀଙ୍କ ସମର୍ଥନ ପାଇବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।

ମୀନ- ବ୍ୟବସାୟ ଲାଭପ୍ରଦ ହେବ। ସାମାଜିକ ସ୍ତରରେ ଜଣେ ସେବକର ନିଦର୍ଶନ ହୋଇପାରନ୍ତି। ସର୍ବତ୍ର ବିଜୟୀ ହେବେ। ସର୍ବ ସୁଖ ଅନୁଭବ କରିପାରନ୍ତି। ସୁସ୍ବାଦୁ ଭୋଜନ ପାଇ ଆନନ୍ଦ ଅନୁଭବ କରିବେ।

Comments are closed.