ଗାନ୍ଧୀନଗର : ଗୁଜରାଟରରେ ଭୂକମ୍ପର ଝଟକା ଗୁରୁବାର ଅନୁଭୂତ ହୋଇଛି । ସକାଳ ସମୟରେ ଭାରତ ଓ ତାଇୱାନ୍ରେ ଭୂକମ୍ପ ଅନୁଭୂତ ହୋଇଛି। ଅମରେଲୀରେ ଭୂକମ୍ପ ଅନୁଭବ ହେବା ମାତ୍ରେ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ। ସେହିପରି ତାଇୱାନରେ ରିକ୍ଟର ସ୍କେଲରେ ୫.୨ ତୀବ୍ରତାର ଭୂକମ୍ପ ଝଟକା ରେକର୍ଡ କରାଯାଇଛି।
ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଦେଶର ହୁଆଲିଏନ୍ ସହରରୁ ୯୬ କିଲୋମିଟର ଦକ୍ଷିଣରେ ଅବସ୍ଥିତ। ଯଦିଓ ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ, ତଥାପି ତାଇୱାନର ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି। ଗୁଜରାଟର କଚ୍ଛ ଜିଲ୍ଲାରେ ୨ଥର ଭୂମିକମ୍ପ ଅନୁଭୂତ ହୋଇଥିଲା। ଗତକାଲି, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଥିଲା।



