www.samajalive.in
Sunday, November 16, 2025
15.1 C
Bhubaneswar

ପାର୍କିଂ ବିବାଦରୁ ବୈଜ୍ଞାନିକଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଗାଡ଼ି ପାର୍କିଂକୁ କେନ୍ଦ୍ର କରି ଜଣେ ବୈଜ୍ଞାନିକଙ୍କୁ ହତ୍ୟା କରାଯାଇଛି। ପଞ୍ଜାବର ମୋହାଲି ଅନ୍ତର୍ଗତ ସେକ୍ଟର ୬୬ରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ୩୯ ବର୍ଷୀୟ ଅଭିଶେକ ସ୍ବର୍ଣ୍ଣକାର। ସେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ(ଆଇଜର)ରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିଲେ।

ଅଭିଶେକଙ୍କ ଘର ଝାଡ଼ଖଣ୍ଡରେ। ସେ କିଡନୀଜନିତ ରୋଗରେ ଆକ୍ରାନ୍ତ ଥିଲେ। ନିକଟରେ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିଲା ଏବଂ ଡାୟାଲିସିସରେ ରହିଥିଲେ। ତାଙ୍କର ଜଣେ ଭଉଣୀ ତାଙ୍କୁ କିଡନୀ ଦାନ କରିଥିଲେ। ମୋହାଲିରେ ଏକ ଭଡ଼ା ଘରେ ସେ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ରହୁଥିଲେ। ମଙ୍ଗଳବାର ରାତିରେ ଘର ନିକଟରେ ଗାଡ଼ି ପାର୍କିଂକୁ କେନ୍ଦ୍ର କରି ସ୍ଥାନୀୟ ମଣ୍ଟି ନାମକ ଯୁବକ ତାଙ୍କୁ ନିର୍ଦୟ ଭାବେ ଆକ୍ରମଣ କରିଥିଲେ। ଅଭିଶେକଙ୍କ ଦେହ ଖରାପ ଥିବା ଜାଣି ମଧ୍ୟ ମଣ୍ଟି ତାଙ୍କୁ ଆକ୍ରମଣ କରିଥିଲେ। ଅଭିଶେକ ଚେତା ହରାଇବା ପରେ ମଣ୍ଟି ଭୟଭୀତ ହୋଇପଡ଼ିଥିଲେ ଏବଂ ତୁରନ୍ତ ତାଙ୍କୁ ନିଜ କାରରେ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ପହଞ୍ଚିବା ବେଳକୁ ଅଭିଶେକଙ୍କ ମୃତ୍ୟୁ ହୋଇସାରିଥିଲା। ଏହି ଘଟଣାରେ ପୁଲିସ ତଦନ୍ତ ଚଳାଇଛି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories