ଶିମଲା : ହିମାଚଳପ୍ରଦେଶର ମଣ୍ଡୀ ଜିଲାରେ ବୁଧବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ପ୍ରଥମ ଝଟକା ସକାଳ ୫ଟା ୩୦ରେ ଅନୁଭବ ହୋଇଛି। ସୁନ୍ଦରନଗର ନିକଟ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୮ ରେକର୍ଡ କରାଯାଇଛି।
ଏହାସହ ପୁଣି ୭ଟା ୪୫ ମିନିଟ୍ ରେ ଆଉ ଥରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହାର କେନ୍ଦ୍ରସ୍ଥଳ ମଧ୍ୟ ସୁନ୍ଦରନଗର ନିକଟରେ ବୋଲି ଜଣାପଡିଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୯ ରେକର୍ଡ କରାଯାଇଛି। ଏଥିରେ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳି ନାହିଁ।
ହିମାଚଳପ୍ରଦେଶରେ ଭୂକମ୍ପ ଝଟକା
Popular Categories



