www.samajalive.in
Saturday, December 6, 2025
16.1 C
Bhubaneswar

କାଠମାଣ୍ଡୁରେ ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ତିବ୍ରତା ୪.୩

କାଠମାଣ୍ଡୁ : ପୁଣି ଥରେ ଅନୁଭବ ହୋଇଛି ଭୂକମ୍ପ ଝଟକା। ନେପାଳର ରାଜଧାନୀ କାଠମାଣ୍ଡୁରେ ଗୁରୁବାର ଭୋର ୫ଟା ୧୯ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଛି। କାଠମାଣ୍ଡୁରୁ ୧୬୧ କିଲୋମିଟର ଦୂର ଏହାର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ତିବ୍ରତା ୪.୩ ରେକର୍ଡ କରାଯାଇଛି। ଏଥିରେ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ଖବର ଏଯାଏଁ ନାହିଁ।
ଏହାପୂର୍ବରୁ ୨୧ ଜୁନରେ ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ୬.୧ ତିବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏଥିରେ ବହୁ ଧନଜୀବନ ନଷ୍ଟ ହୋଇଥିଲା। ଅଧିକାରୀଙ୍କ କହିବାନୁଯାୟୀ ଏଥିରେ ପ୍ରାୟ ୧୦୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୫୦୦ରୁ ଅଧିକ ଆହତ ହୋଇଛନ୍ତି। ବହୁ ଘରଦ୍ୱାର ଭାଙ୍ଗି ନଷ୍ଟ ହୋଇ ଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories