www.samajalive.in
Saturday, December 6, 2025
26.1 C
Bhubaneswar

ମହାରାଷ୍ଟ୍ରରେ ରାଜନୈତିକ ସଂକଟ; ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିଲେ ଉଦ୍ଧବ ଠାକରେ

ନୂଆଦିଲ୍ଳୀ: ମହାରାଷ୍ଟ୍ରରେ ଏବେ ବି ଜାରି ରହିଛି ରାଜନୈତିକ ସଂକଟ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଉଦ୍ଧବ ଠାକରେଙ୍କ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି । ଖୁବଶୀଘ୍ର ମହାରାଷ୍ଟ୍ରରେ ଉଦ୍ଧବଙ୍କ ସରକାର ଭାଙ୍ଗିପାରେ ବୋଲି ଆଶା କରାଯାଉଥିବା ବେଳେ ସରକାର ଭାଙ୍ଗିବା ଆଶଙ୍କା କରି ଆଗୁଆ ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିଛନ୍ତି ଉଦ୍ଧବ ଠାକରେ । ଉଦ୍ଧବ ଆଜି ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିଥିବା ଜଣାପଡ଼ିଛି । ସେପଟେ ଏମଭିଏ ଡାଡ଼ିବାକୁ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ପ୍ରସ୍ତବ ଦେଇଛନ୍ତି । ଏନେଇ ୩୪ ବିଧାୟକଙ୍କ ଦସ୍ତଖତ ସମ୍ବଳିତ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପଠାଯାଇଛି । ତାହାସହ ଏକନାଥଙ୍କୁ ଶିବସେନା ବିଧାୟକ ଦଳନେତା ପାଇଁ ରାଜ୍ୟପାଳଙ୍କୁ ପ୍ରସ୍ତବ ଦେଇଛନ୍ତି ।

ଏନେଇ ଗତକାଲି ଏକ ବୈଠକ ବସିଥିଲା । କୁହାଯାଉଥିଲା ଗତକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ମଦରୁ ଇସ୍ତଫା ଦେବେ । ହେଲେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନଥିଲେ । ମହାରାଷ୍ଟ୍ରରେ ମେଣ୍ଟ ସରକାରର ମୁଖ୍ୟ ଅଂଶୀଦାର ଶିବସେନାର କିଛି ବିଧାୟକ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ଯୋଗୁ ଏପରି ରାଜନୈତିକ ସଙ୍କଟ ଦେଖାଦେଇଛି । ଶିବସେନାର ବରିଷ୍ଠ ବିଧାୟକ ତଥା ରାଜ୍ୟ ସରକାରର କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ବରେ ଅନେକ ବିଧାୟକ ଏକଜୁଟ୍ ହେଉଛନ୍ତି । ଏହି ବିଧାୟକମାନେ ଶିବସେନା, ଏନସିପି ଓ କଂଗ୍ରେସକୁ ନେଇ ଗଠିତ ରାଜ୍ୟର ମହା ବିକାଶ ଅଘାଡି (ଏମ୍‌ଭିଏ) ଭାଙ୍ଗିବାର ଯୋଜନା କରିଛନ୍ତି। ଏଥିରେ ବିରୋଧୀ ଦଳ ବିଜେପି ସାମିଲ ହୋଇଛି। ରାଜ୍ୟର ଏପରି ରାଜନୈତିକ ସଂକଟକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories