www.samajalive.in
Saturday, December 6, 2025
23.1 C
Bhubaneswar

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ସମେତ ମହାରାଷ୍ଟ୍ରର ପାଲଘରରେ ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ : ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରବିବାର ସକାଳ ୬.୩୮ରେ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ଼ କରାଯାଇଛି। ଏନସିଏମ ଅନୁଯାୟୀ ଏହାର ଗଭୀରତା ୮୨ କିଲୋମିଟର ଥିଲା।
ମହାରାଷ୍ଟ୍ରର ପାଲଘରରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହାର ତିବ୍ରତା ରିକ୍ଟର ସ୍କେଲରେ ୨.୫ ରେକର୍ଡ଼ କରାଯାଇଛି। ଏନସିଏମ ଅନୁଯାୟୀ ଏହାର ଗଭୀରତା ୫ କିଲୋମିଟର ରେକର୍ଡ଼ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ପାଲଘରରେ ଭୂକମ୍ପର ଝଟକା ଭୋର ୪ଟା୫୮ରେ ହୋଇଥିବା ବେଳେ ନିକୋବର ଠାରୁ ଅରୁଣାଞ୍ଚଳପ୍ରଦେଶ ଭୂକମ୍ପ ଝଟକାରେ ଥରି ଉଠିଥିଲା। ଅରୁଣାଞ୍ଚଳର ତୱାଙ୍ଗରେ ଭୂକମ୍ପର ତିବ୍ରତା ୩.୪ ରେକର୍ଡ଼ ହୋଇଛି। ସକାଳ ୭ଟା୩୦ରେ ତୱାଙ୍ଗରେ ଭୂକମ୍ପ ହୋଇଥିବା ଜଣାପଡ଼ିଛି।
ଗତ ୨ ଦିନ ମଧ୍ୟରେ ମହାରାଷ୍ଟ୍ରର ଭିନ୍ନ ଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ସେପ୍ଟେବର ୪ରେ ମହରାଷ୍ଟ୍ରର ରାଜଧାନୀ ମୁମ୍ବଇରେ ଓ ୫ ସେପ୍ଟେବରରେ ମହାରାଷ୍ଟ୍ରର ନାସିକରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ମାତ୍ର ଏଥିରେ କୌଣସି ଧନଜୀବନ କ୍ଷତି ହୋଇନଥିଲା ବୋଲି ସୂଚନା ମିଳିଛି।

 

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories