www.samajalive.in
Monday, December 8, 2025
24.1 C
Bhubaneswar

ଏମିତି ଏକ ପ୍ରାଣୀ ଉଦ୍ୟାନ ରହିଛି, ଯେଉଁଠାରେ ପଶୁମାନେ ନୁହନ୍ତି ମଣିଷମାନେ ପିଞ୍ଜରାରେ ବନ୍ଦ ହୋଇଥାନ୍ତି

ନୂଆଦିଲ୍ଲୀ:  ଆପଣ ନିଶ୍ଚିତ ଭାବରେ ଅନେକ ପ୍ରାଣୀ ଉଦ୍ୟାନ କିମ୍ବା ବନ୍ୟଜନ୍ତୁ ପାର୍କ ଇତ୍ୟାଦି ଯାଇଥିବେ। ଏହି ସ୍ଥାନଗୁଡିକରେ ଆପଣ ପଶୁମାନଙ୍କୁ ଏନକ୍ଲୋଜର କିମ୍ବା ଗୁମ୍ଫାରେ ଦେଖିଥିବେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ  ହେବେ ଯେ ଦୁନିଆରେ ଏକ ପ୍ରାଣୀ ଉଦ୍ୟାନ ମଧ୍ୟ ଅଛି ଯେଉଁଠାରେ ମଣିଷମାନେ ପିଞ୍ଜରାରେ ବନ୍ଦ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଯାଇଥାନ୍ତି। ସେଠାରେ ପଶୁମାନେ ମୁକ୍ତ ଭାବରେ ବିଚରଣ କରିଥାନ୍ତି ।

- Advertisement -

ଆପଣ ଶୁଣିବାକୁ ଟିକେ ଅଦ୍ଭୁତ ମନେ କରିପାରନ୍ତି, କିନ୍ତୁ ଏହା ସତ ଅଟେ। ଚାଇନାରେ ଲେହେ ଲେଦୁ ୱାଇଲ୍ଡ ଲାଇଫ୍ ପ୍ରାଣୀ ଉଦ୍ୟାନ ନାମକ ଏକ ପ୍ରାଣୀ ଉଦ୍ୟାନ ଅଛି। ଏଠାରେ ପଶୁମାନେ ମୁକ୍ତ ଭାବରେ ବୁଲନ୍ତି ଏବଂ ଏଠାରେ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେଏକ ପିଞ୍ଜରାରେ ବନ୍ଦ ହୋଇ ପଶୁମାନଙ୍କୁ ଦେଖନ୍ତି ।

ଚାଇନାର ଚୋଙ୍ଗକିଙ୍ଗ ସହରରେ ଅବସ୍ଥିତ ଏହି ପ୍ରାଣୀ ଉଦ୍ୟାନ ୨୦୧୫ରେ ଖୋଲା ଯାଇଥିଲା। ଲେ ଲେଦୁ ୱାଇଲ୍ଡ ଲାଇଫ୍ ପ୍ରାଣୀ ଉଦ୍ୟାନରେ ମଣିଷ ପ୍ରାଣୀମାନଙ୍କ ନିକଟତର ହେବା ପାଇଁ ଏକ ଅନନ୍ୟ ସୁଯୋଗ ଦେଇଥାଏ। ପର୍ଯ୍ୟଟକମାନେ ମଧ୍ୟ ହାତରେ ପଶୁମାନଙ୍କୁ ଖାଇବାକୁ ଦେଇଥାନ୍ତି। ମଣିଷକୁ ପାଖରେ ପାଇବାପରେ ଶିକାର କରିବାକୁ ପଶୁମାନେ ପିଞ୍ଜରା ନିକଟକୁ ଆସିଥାନ୍ତି । ବେଳେବେଳେ ମଧ୍ୟ ଦେଖିବାକୁ ମିଳିଛି ପିଞ୍ଜରା ଉପରକୁ ଚଢିଯାନ୍ତି। ଏଠାରେ ବୁଲିବାକୁ ଆସୁଥିବା ଅତିଥିମାନେ ଏକ ନିଆର ଅନୁଭୂତି ସାଆଁଟିଥାନ୍ତି।

ସୂଚନା ଅନୁଯାୟୀ, ଏହି ପ୍ରାଣୀ ଉଦ୍ୟାନରେ ସୁରକ୍ଷାକୁ ନେଇ ଦୃଢ ବ୍ୟବସ୍ଥା କରାଯାଇଛି। କ୍ୟାମେରା ସାହାଯ୍ୟରେ ପଶୁମାନଙ୍କୁ ୨୪ ଘଣ୍ଟା ପାଇଁ ନଜର ରଖାଯାଇଛି । ଯେପରି କିଛି ବିପଦ ଆସିଲେ ଜରୁରୀକାଳୀନ ପରିସ୍ଥିତିରେ ସାହାଯ୍ୟକାରୀ ଦଳ ୫ରୁ ୧୦ ମିନିଟରେ ପର୍ଯଟକଙ୍କ ନିକଟରେ ପହଞ୍ଚିପାରିବେ।

ଏହି ପ୍ରାଣୀ ଉଦ୍ୟାନର ପୃଷ୍ଠପୋଷକମାନେ କହିଛନ୍ତି ଯେ, ଆମେ ଆମର ଭ୍ରମଣକାରୀଙ୍କୁ ସବୁଠାରୁ ଭିନ୍ନ ଏବଂ ରୋମାଞ୍ଚକର ଅନୁଭୂତି ଅନୁଭବ ଦେବାକୁ ଚାହୁଁ । ପ୍ରାଣୀ ଉଦ୍ୟାନର ମୁଖପାତ୍ର ଖାନ୍ ଲିଆଙ୍ଗ କହିଛନ୍ତି ଯେ, ଯେତେବେଳେ କୌଣସି ପ୍ରାଣୀ ଆପଣଙ୍କୁ ଗୋଡ଼ାଇଥାଏ କିମ୍ବା ଯେତେବେଳେ ଏହା ଆମ ଉପରେ ଆକ୍ରମଣ କରେ, ଆମେ ସେହି ସମୟର ଫିଲିଙ୍ଗ୍ ଆମ ଦର୍ଶକଙ୍କ ପାଇଁ ଦୃଶ୍ୟମାନ କରିବାକୁ ଚାହୁଁ ।

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories