www.samajalive.in
Sunday, December 7, 2025
23.1 C
Bhubaneswar

କଳାହାଣ୍ଡି, ନବରଙ୍ଗପୁରରେ ଭୂକମ୍ପ ଝଟକା

ଭୁବନେଶ୍ୱର : ରାଜ୍ୟରେ କେତେକ ସ୍ଥାନରେ ଅନୁଭବ ହୋଇଛି ଭୂମିକମ୍ପ। ଆଜି କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ ଅନୁଭବ ହୋଇଥିବା ନେଇ ଖବର ମିଳିଛି। ଆଜି ପୂର୍ବାହ୍ନ ୧୧ଟା ୨୯ ମିନିଟରେ ଭୂକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୩.୫ ରେକର୍ଡ କରାଯାଇଛି। କଳାହାଣ୍ଡିର କୋକସରାରେ ଭୂକମ୍ପ ହୋଇଥିବା ବେଳେ ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳ ଉମରକୋଟ,ଚନ୍ଦାହାଣ୍ଡି, ଝରିଗାଁରେ ମୃଦୁ ଭୂମିକମ୍ପ ଅନୁଭବ ହୋଇଛି। ୬ ରୁ ୭ ସେକେଣ୍ଡ ଯାଏଁ ଝଟକା ଅନୁଭବ ହୋଇଥିବା ବେଳେ ଲୋକେ ଭୟଭୀତ ହୋଇଛନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳ କଳାହାଣ୍ଡି ବୋଲି ଜଣାପଡିଛି। କିଛି ସ୍ଥାନରେ ଲୋକଙ୍କ ଘରର କାନ୍ଥ ମଧ୍ୟ ଫାଟିଥିବା ଦେଖାଯାଇଛି।  ଏନେଇ ଭୁବନେଶ୍ୱର ପାଣିପାଗ ପକ୍ଷରୁ ସୂଚନା ମିଳିଛି। ଭୂକମ୍ପ ସମୟରେ ଲୋକେ ଘର ଥରିବା ଭଳି ଅନୁଭବ କରିବାରୁ ତୁରନ୍ତ ବାହାରକୁ ପଳାଇ ଆସିଥିଲେ।

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories