bjd gruha runa

ନେପାଳରେ ବଡ଼ ଧରଣର ଭୂମିକମ୍ପ; ୬ ମୃତ

ଭୂମିକମ୍ପରେ ଥରିଲା ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତ

BJD Bijuli 480×75 Mob

ନୂଆଦିଲ୍ଲୀ:  ନେପାଳରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରହିଥିବା ବେଳେ, ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପ ଯୋଗୁଁ ନେପାଳର ଅନେକ ସ୍ଥାନରେ ଘରଦ୍ବାର ଭାଙ୍ଗିଛି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ସେନାବାହିନୀ ପକ୍ଷରୁ ଏବେ ବି ଉଦ୍ଧାର କରାଯାଉଛି ।  ଭୂମିକମ୍ପରେ ନେପାଳର ଡୋଟି ଜିଲ୍ଲା ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି ।

ରାତି ପ୍ରାୟ ୨ଟା ବେଳେ ନେପାଳରେ ଭୂମିକମ୍ପ ହୋଇଥିଲା ନ୍ୟାସନାଲ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲା ବୋଲି କୁହାଯାଇଛି । ରାତି ପ୍ରାୟ ୨ଟାରେ ହରିୟାଣାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । କେତେକ ସ୍ଥାନରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ ।ଏହା ଛଡ଼ା ହରିୟାଣାର ଚଣ୍ଡିଗଡ଼, କରନାଲ, ରୋହତକ, ପାନିପଥ ସମେତ ପ୍ରାୟ ସମସ୍ତ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ସେପଟେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଛି । ଲଗାତର ଦୁଇ ଦୁଇଥର ଭୂମିକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇଥିଲେ । ଏନସିଏସ୍ ସୂଚନା ଅନୁଯାୟୀ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳ ରହିଥିଲା । ଏବଂ ଏହା ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା ବୋଲି ଏନସିଏସ୍ ତାର ଟୁଇଟରେ କହିଛି ।

Comments are closed.