www.samajalive.in
Friday, December 12, 2025
27.1 C
Bhubaneswar

ଅସହାୟକୁ ଥଇଥାନ କଲା ସ୍ୱଇଚ୍ଛା  

ସମ୍ବଲପୁର: ସମ୍ବଲପୁର ସହରରେ ମୁକୁନ୍ଦ ବାଦୀ ନାମକ ଜଣେ ଅସହାୟ ବ୍ୟକ୍ତି ଭିକ୍ଷା ବୃତ୍ତି କରି ଚଳୁଥିବା ବେଳେ କିଛି ଦିନ ହେବ ଶାରୀରିକ ଅସୁସ୍ଥତା ଯୋଗୁଁ ସେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡି ରହିଥିଲେ । ଏନେଇ ଖବର ପାଇବା ପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱଇଚ୍ଛା’ର ସଦସ୍ୟ ଓ ସଦସ୍ୟା ମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ । ମୁକୁନ୍ଦ ସୁସ୍ଥ ହେବା ପରେ ତାଙ୍କୁ ବାଦୀପାଲି ସ୍ଥିତ ନିଃସହାୟ କେନ୍ଦ୍ରରେ ଥଇଥାନ କରାଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି । ଏହି ମାନବୀୟ ସେବାରେ ଦିଲ୍ଲୀପ ପଣ୍ଡା, ଆର୍ତ୍ତତ୍ରାଣ ଶତପଥୀ, ସୁବାସ ପ୍ରଧାନ, ବିଷ୍ଣୁ କୁମାର ବେହେରା, ଶଙ୍କର ବାରିକ ଓ ରଞ୍ଜନ ପୋଢ଼ୀ ପ୍ରମୁଖ ସାମିଲ ରହିଥିଲେ ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories