www.samajalive.in
Saturday, December 13, 2025
23.1 C
Bhubaneswar

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ; ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି, ୭୦୦ ଆହତ

ଇଣ୍ଡୋନେସିଆ : ଇଣ୍ଡୋନେସିଆରେ ପଶ୍ଚିମ ସୁଲାୱେସି ଅଞ୍ଚଳରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ଏହାସହ ୭୦୦ ଲୋକେ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ୧ଟା ୨୮ରେ ଭୂମିକମ୍ପ ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୨ ରେକର୍ଡ଼ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ହୋଇଥିବା ଏହି ଭୂକମ୍ପରେ ପ୍ରଥମେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ମାଜେନା ସହର ଠାରୁ ୧୦ କିମି ଦୂରରେ ଏହାର ଉତ୍ପତ୍ତିସ୍ଥଳ ବୋଲି ଜଣାପଡ଼ିଛି। ଏହି ଭୂମିକମ୍ପରେ ଶତାଧିକ ଘର ଭୁଶୁଡିବା ସହ ରାଜ୍ୟପାଳଙ୍କ କାର୍ଯ୍ୟାଳୟ, ହେଟେଲ, ଅନେକ ଘର ଓ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟାପକ କ୍ଷତି ଘଟିଛି। ଏହାସହ ପ୍ରାୟ ୧୫,୦୦୦ଲୋକେ ନିଜ ଘର ଛାଡି କିଛି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଭୂକମ୍ପରେ ବହୁ ସ୍ଥାନ, ଟେଲିଫୋନ ନେଟୱାର୍କ, ବୈଦୁତିକ ଶକ୍ତି , ରାସ୍ତା ଆଦି କ୍ଷତିଗ୍ରସ୍ତ ହୋଇଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories