www.samajalive.in
Thursday, December 11, 2025
26.1 C
Bhubaneswar

ଚଳିତ ସାଧାରଣତନ୍ତ୍ର ଦିବସରେ କୌଣସି ବିଦେଶ ରାଷ୍ଟ୍ରମୁଖ୍ୟ ଅତିଥି ହେବେ ନାହିଁ : ବୈଦେଶ ମନ୍ତ୍ରଣାଳୟ

ନୂଆଦିଲ୍ଳୀ :  କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ କୌଣସି ବିଦେଶ ରାଷ୍ଟ୍ରମୁଖ୍ୟ ଅତିଥି ହେବେ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କହିଛନ୍ତି। ଗତକାଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହା କହିଛନ୍ତି।

ସୂଚନାଯୋଗ୍ୟ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା, ତେବେ ବ୍ରିଟେନରେ କରୋନା ସଂକ୍ରମଣର ଗମ୍ଭୀର ସ୍ଥିତିକୁ ଦେଖି ସେ ଭାରତ ଗସ୍ତକୁ ରଦ୍ଦ କରିଥିଲେ, ଏନେଇ ଶ୍ରୀ ଜନସନ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଆସିପାରୁ ନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ପରେ ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାଣ୍ଟୋଖି ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ବୋଲି ସରକାର ଘୋଷଣା କରିଥିଲେ। ତେବେ ଶେଷରେ କୌଣସି ବିଦେଶ ରାଷ୍ଟ୍ରମୁଖ୍ୟ ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କହିଛନ୍ତି।

- Advertisement -

ଭାରତ-ବାଂଲାଦେଶ ମଧ୍ୟରେ କୁଟନୈତିକ ସଂପର୍କର ୫୦ବର୍ଷ ପୂରଣ ହୋଇଥିବାରୁ ସରକାରଙ୍କ ନିମନ୍ତ୍ରଣକ୍ରମେ
ସାଧାରଣତନ୍ତ୍ର ଦିବସରେ ଭାଗ ନେବାକୁ ବାଂଲାଦେଶର ଏକ ଦଳ ଆସୁଛନ୍ତି। ସେ କହିଛନ୍ତି ଭାରତ ଏବଂ ବାଂଲାଦେଶ ମୁକ୍ତିଯୁଦ୍ଧର ୫୦ତମ ବାର୍ଷିକୀ ପାଳନ କରୁଛନ୍ତି, ଯାହା ଉଭୟ ଦେଶ ମଧ୍ୟରେ ଏକ ଐତିହାସିକ ସମ୍ବନ୍ଧର ପ୍ରତିପାଦନ କରୁଛି। ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗତମାସରେ ସ୍ୱାକ୍ଷରିତ ବୁଝାମଣା ଅନୁଯାୟୀ ୫୦ବର୍ଷ ପୂର୍ତ୍ତି ପାଳନ ଉଦ୍ଦେଶ୍ୟରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories