www.samajalive.in
Wednesday, December 10, 2025
18.1 C
Bhubaneswar

ଦାନ୍ତ ପାଇଁ ନଡିଆ ତେଲ

ଦାନ୍ତ ହଳଦିଆ ହେବାର ବହୁ କାରଣ ରହିଛି ; ଯେପରି ଚା’, କଫି, ଧୂମ୍ରପାନ ସେବନ ଆଦି ମୁଖ୍ୟ କାରଣ ଅଟେ। ଭିନ୍ନ ଭିନ୍ନ ଖାଦ୍ୟ ପଦାର୍ଥ ଓ ମୃଦୁ ପାନୀୟର ପ୍ରଭାବରେ ଦାନ୍ତ ଉପରେ ହଳଦୀ ରଙ୍ଗ ସୃଷ୍ଟି ହୋଇଥାଏ। ଦାନ୍ତର ରଙ୍ଗ ହଳଦିଆ ହେତୁ ଆମକୁ ବହୁ ସମୟରେ ଲଜ୍ଜିତ ହେବାକୁ ପଡ଼ିଥାଏ। ଏହି କାରଣରୁ ସମସ୍ତଙ୍କ ସମ୍ମୁଖରେ ଭଲ ଭାବେ କଥା ହେବାରେ ମଧ୍ୟ ସମସ୍ୟା ହୋଇଥାଏ।  ମାତ୍ର କିଛି ସହଜ ଉପାୟ ମାଧ୍ୟମରେ ଆମେ ଦାନ୍ତର ରଙ୍ଗ ହଳଦିଆକୁ ଧଳା କରି ପାରିବା ଜାଣନ୍ତୁ
ନଡ଼ିଆ ତେଲ – ନଡ଼ିଆ ତେଲର ବହୁ ଉପକାରୀ ଗୁଣ ରହିଛି। ଏହା ଦାନ୍ତ ନିମନ୍ତେ ମଧ୍ୟ ବହୁ ଲାଭ ଦାୟକ ଅଟେ। ଦାନ୍ତର ରଙ୍ଗ ହଳଦିଆ ହୋଇଥିଲେ ନିୟମିତ ଏକ ଚାମଚ ନଡ଼ିଆ ତେଲକୁ ଦାନ୍ତରେ ଘଷନ୍ତୁ। ଘଷିବା ପରେ ପାଟି ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଦାନ୍ତର ରଙ୍ଗ ସଂପୂର୍ଣ୍ଣ ଧଳା ହୋଇଯାଏ।
ଲେମ୍ବୁ ଓ ଲୁଣ – ଦାନ୍ତର ରଙ୍ଗ ଧଳା କରିବା ନିମନ୍ତେ ନିୟମିତ ଲେମ୍ବୁ ରସରେ ଅଳ୍ପ ଲୁଣ ମିଶାଇ ଏହାକୁ ନିୟମିତ ଦାନ୍ତରେ ଘଷନ୍ତୁ। ଘଷିବା ପରେ କିଛି ସମୟ ରଖି ପାଟି ଧୋଇ ଦିଅନ୍ତୁ। ଏହା ମଧ୍ୟ ଦାନ୍ତର ରଙ୍ଗ ଧଳା କରିଥାଏ।
ବେକିଙ୍ଗ୍‍ ସୋଡ଼ା – ଏହା ମଧ୍ୟ ଦାନ୍ତକୁ ଧଳା କରିବାର ଏକ ସହଜ ଉପାୟ ଅଟେ। ନିୟମିତ ଏହାକୁ ବ୍ରସ କରିବା ସମୟରେ ପେଷ୍ଟ ସହ ମିଶାଇ ଅଥବା ଖାଲି ବ୍ରସରେ ଲଗାଇ ଘଷିଲେ ୧୫ ଦିନ ମଧ୍ୟରେ ଦାନ୍ତ ସଂପୂର୍ଣ୍ଣ ଧଳା ହୋଇଯିବ।
କଦଳୀରେ ମ୍ୟାଗ୍ନେସିୟମ, ପୋଟାସିୟମ ଓ ଆଇରନ ଭରପୁର ମାତ୍ରାରେ ରହିଛି। ଏହା ଦାନ୍ତ ପାଇଁ ଖୁବ ଲାଭଦାୟକ ଅଟେ। ତେଣୁ ଦାନ୍ତ ସଫା କରିବାରେ ଏହା ଖୁବ ହିତକାରକ ଅଟେ।
ଦାନ୍ତ ପାଇଁ କଦଳୀର ବ୍ୟବହାର –
କଦଳୀ ଚୋପାରେ ମ୍ୟାଗ୍ନେସିୟମ, ମାଙ୍ଗାନିଜ, ପୋଟାସିୟମ ଭଳି ଔଷଧୀୟ ଗୁଣ ରହିଛି। ଏହା ଦାନ୍ତର ହଳଦିଆପଣକୁ ଦୂର କରି ଧଳା କରିଥାଏ।
ଦାନ୍ତରେ ଏହାକୁ ବ୍ୟବହାର କରିବା ପ୍ରଣାଳୀ –
ଦାନ୍ତ ଘଷିବା ପୂର୍ବରୁ ଏହି ଉପାୟ କରିବେ। କଦଳୀ ଚୋପାର ଶେଷ ଭାଗକୁ ସାମାନ୍ୟ ବାହାର କରି ଦିଅନ୍ତୁ। ଏବେ ଏହି ଚୋପାର ଭିତର ଅଂଶକୁ ଦାନ୍ତରେ ୧୦ ମିନିଟ ପର୍ୟ୍ୟନ୍ତ ଭଲ ଭାବେ ଘଷନ୍ତୁ। ଏବେ ବ୍ରଶ ଦ୍ୱାରା ପୁଣି ଦାନ୍ତକୁ ଧୀରେ ଧୀରେ ଘଷନ୍ତୁ ଯେପରି କଦଳୀ ଚୋପାର ଅଂଶ ଦାନ୍ତରେ ସମସ୍ତ ଭାଗରେ ଲାଗିବ। ପୁଣି ବ୍ରଶରେ ପାଣି ଲଗାଇ ଦାନ୍ତକୁ ଧୀରେ ଘଷନ୍ତୁ। ଏହାପରେ ଆପଣ ଯେପରି ନିୟମିତ ଟୁଥପେଷ୍ଟ ବ୍ୟବହାର କରି ଘଷନ୍ତି ସେପରି ଘଷିବେ। ଏହି ଉପାୟ ସପ୍ତାହକୁ ୩ ରୁ ୪ ଥର କରିବା ଦ୍ୱାରା ଦାନ୍ତର ହଳଦିଆପଣରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories