www.samajalive.in
Monday, December 8, 2025
27.1 C
Bhubaneswar

ଦିଲ୍ଲୀରେ ଅଗ୍ନିକାଣ୍ଡ ; ୩ ଜଣଙ୍କ ମୃତ, ୨ ଆହତ

ଦିଲ୍ଲୀ : ଶୁକ୍ରବାର ସକାଳେ ଦିଲ୍ଲୀର ରୋହିଣୀ ସେକ୍ଟର-୬ରେ ଥିବା ଆମାଜନ ଷ୍ଟୋର୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ଅଗ୍ନିଶମ କର୍ମଚାରୀ ଜଳି ଆହତ ହୋଇଥିବା ସୂଚନା ମିଳିଛି। ଏଥି ସହ ପଶ୍ଚିମ ଦିଲ୍ଲୀର କିର୍ତ୍ତୀ ନାଗର ଅଞ୍ଚଳରେ ଥିବା ଏକ କବାଡିଆ ଦୋକାନରେ ନିଆଁ ଲାଗି ଜଣେ ଶିଶୁଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ଆମାଜନ ଷ୍ଟୋର୍‌ରେ ନିଆଁ ଲାଗିବା ସମୟରେ ସେଠାରେ ୬ ଜଣ ଥିଲେ। ୫ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ବେଳେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିଲା। ତାଙ୍କୁ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦମକଳ ବିଭାଗ ସୂଚନା ଅନୁଯାୟୀ, ଭୋର ୫ଟା ୩୪ ମିନିଟ୍‌ରେ ନିଆଁ ଲାଗିବା ନେଇ ସୂଚନା ମିଳିଥିଲା। ଘଟଣାସ୍ଥଳରେ ୫ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।

- Advertisement -

ସେହିପରି ଗୁରୁବାର ବିଳମ୍ବିତ ରାତିରେ କିର୍ତ୍ତୀ ନଗରରେ ଥିବା ଏକ କବାଡିଆ ଦୋକାନର ନିଆଁ ଲାଗିଥିଲା। ୭ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ଜଣେ ୨୩ ବର୍ଷିୟ ଯୁବକ ଏବଂ ଜଣେ ୮ ବର୍ଷିୟ ନାବାଳକ ନିଆଁରେ ଜଳି ଯାଇଥିଲେ। ଏମାନଙ୍କୁ ଛାଡି ଘଟଣାସ୍ଥଳରୁ ଅନ୍ୟ ଏକ ମୃତଦେହ ମିଳିଛି। ତେଣୁ ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories