ଶିମଲା: ହିମାଚଳ ପ୍ରଦେଶର ଲାହୋଲ- ସ୍ପିତି ଜିଲାରେ ଶୁକ୍ରବାର ପ୍ରାୟ ୧୦ଟା ୪୬ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ଘରୁ ବାହାରକୁ ଚାଲି ଆସିଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୪ ରହିଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଲାହୋଲ – ସ୍ପିତି ଜିଲାର ଭୂ-ପୃଷ୍ଠରୁ ୫ କିମି ଗଭୀରରେ ଥିଲା ବୋଲି ଜଣାପଡ଼ିଛି। ଭୂକମ୍ପ କାରଣରୁ ଏଠାରେ ଏଯାବତ କୌଣସି ପ୍ରାଣହାନୀ ହୋଇଥିବା ନେଇ ସୂଚନା ମିଳିପାରି ନାହିଁ। ଭୂକମ୍ପ ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
Popular Categories



