ବହୁ ଲୋକଙ୍କର କାନ ବାରମ୍ବାର କୁଣ୍ଡାଇ ହୋଇଥାଏ। ବାରମ୍ବାର କୁଣ୍ଡାଇ ହେବା ସହ କାନ ସଂକ୍ରମଣ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଅନାବଶ୍ୟକ ଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ଯାହା କାନ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପାୟ ବିଷୟରେ ଜାଣନ୍ତୁ ….
ଘିକୁଆଁରୀ –
ଘିକୁଆଁରୀର ରସକୁ ଦୁଇ କିମ୍ବା ତିନି ବୁନ୍ଦା କାନରେ ପକାନ୍ତୁ। ଏହା ପରେ ମୁଣ୍ଡକୁ ନୁଆଁଇ କିଛି ସମୟ ରଖନ୍ତୁ, ଯେପରି ଏହା କାନରୁ ବାହାରି ନ ଯାଏ। ଏହାକୁ କାନରେ ପକାଇବା ଦ୍ୱାରା କାନର ଶୁଷ୍କପଣ ଦୂର ହୋଇଥାଏ। କାନ କୁଣ୍ଡାଇ ହେବା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ।
ତେଲ –
କାନ କୁଣ୍ଡାଇ ହେବା ସମୟରେ ନଡ଼ିଆ ତେଲ, ଅଲିଭ ଅଏଲ ଆଦି କାନରେ ପକାଇ ପାରିବେ।
ରସୁଣ –
ରସୁଣର ବହୁ ଉପକାରୀ ଗୁଣ ରହିଛି। ରସୁଣରେ ଆଣ୍ଟିବାଇଓଟିକ ଓ ଯନ୍ତ୍ରଣାରୁ ମୁକ୍ତି ଦେବା ଭଳି ଗୁଣ ରହିଛି। ସୋରିଷ ତେଲରେ ଗୋଟିଏ ରସୁଣ ପକାଇ ଏହାକୁ ଉଷୁମ କରନ୍ତୁ। ଏହା ପରେ ରସୁଣକୁ କାଢି ଦେଇ ଏହି ତେଲକୁ କାନରେ ପକାନ୍ତୁ। କାନ କୁଣ୍ଡାଇ ହେବା ସମସ୍ୟାକୁ ଏହା ସଂପୂର୍ଣ୍ଣ ଦୂର କରିଥାଏ।
କାନ କୁଣ୍ଡାଇ ହେବା ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ
Popular Categories



