ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳାଯାଉଛି । କାନବେରାର ମାନୁକା ଓଭାଲରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେଉଛି । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଟି-୨୦ ଦଳ ଏବେ ଜବରଦସ୍ତ ଫର୍ମରେ ଅଛି । ଅଭିଷେକ ଶର୍ମା, ତିଲକ ବର୍ମା ଭଲ ଫର୍ମରେ ରହିଛନ୍ତି । ସେହିପରି ଦିନିକିଆରେ ବିରତି ପରେ ଯଶପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଦଳର ବୋଲିଂ ଆକ୍ରମଣକୁ ମଧ୍ୟ ମଜବଚତ କରିବ । ଦିନିକିଆ ସିରିଜରେ ଟିମ ଇଣ୍ଡିଆ ୧-୨ରେ ପରାଜୟ ବରଣ କରିଛି । ଟି-୨୦ରେ ଏହାର ପ୍ରତିଶୋଧ ନେବାକୁ ଦଳ ଚେଷ୍ଟା କରିବ । ତଥାପି ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ପରାସ୍ତ କରିବା ଭାରତୀୟ ଦଳ ପାଇଁ ସହଜ ହେବ ନାହିଁ । ଆଜିର ମ୍ୟାଚରେ ଅର୍ଶଦୀପ୍ ସିଂହ ବାହାର ହୋଇଥିବା ବେଳେ କୁଳଦୀପଙ୍କୁ ତାଙ୍କ ସ୍ଥାନରେ ନିଆଯାଇଛି ।
Popular Categories



