ଇ-ଆବର୍ଜନାରେ ୫ଟି ପ୍ରମୁଖ ଦେଶ ମଧ୍ୟରେ ଭାରତ
ମାଙ୍ଗାଲୁରୁ: ସରକାର ସ୍ୱଚ୍ଛ ଭାରତ ଅଭିଯାନକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ଇ- ଆବର୍ଜନାରେ ବିଶ୍ୱର ପ୍ରମୁଖ ୫ଟି ରାଷ୍ଟ୍ର ମଧ୍ୟରେ ଭାରତ ଅନ୍ୟତମ ସ୍ଥାନ ଗ୍ରହଣ କରିଛି। କମ୍ପ୍ୟୁଟର ଓ କମ୍ପ୍ୟୁଟର ଜାତୀୟ ସାମଗ୍ରୀର ଆବର୍ଜନାକୁ ନେଇ ସମଗ୍ର ବିଶ୍ୱ ଚିନ୍ତା ରେ ପଡ଼ିଥିବାବେଳେ ଏହାକୁ ଇ- ଆବର୍ଜନା(ଇ-ୱେଷ୍ଟ) ନାମରେ ନାମିତ କରାଯାଇଛି। ଚୀନ, ୟୁଏସଏ, ଜାପାନ ଓ ଜର୍ମାନୀ ଓ ଭାରତ ବିଶ୍ୱର ସବୁଠାରୁ ଅଧିକ ଇ- ଆବର୍ଜନା ସୃଷ୍ଟି କରୁଥିବା ଦେଶ ଭାବରେ ସ୍ଥାନିତ ହୋଇଛି। ଅଥଚ ଏହି ଆବର୍ଜନାରୁ ନୂଆ ଉତ୍ପାଦ ସୃଷ୍ଟି କରିବା ପାଇଁ ଭାରତରେ ଏକାଧିକ ସଂସ୍ଥାନ କାର୍ଯ୍ୟ କରୁଛି। ଭାରତରେ ଉତ୍ପନ୍ନ ଏହି ଇ-ଆବର୍ଜନା ସବୁଠାରୁ ଅଧିକ ମହାରାଷ୍ଟ୍ରରୁ ବାହାରୁଛି। ବର୍ଷକୁ ମୋଟ୍ ଇ- ଆବର୍ଜନାର ୧୯.୮ ପ୍ରତିଶତ ଆବର୍ଜନା କେବଳ ମହାରାଷ୍ଟ୍ରରୁ ବାହାରୁଛି। ସେହିପରି ତାମିଲନାଡ଼ୁ ୧୩ପ୍ରତିଶତ, ଉତ୍ତରପ୍ରଦେଶ ୧୦ପ୍ରତିଶତ, ପଶ୍ଚିମବଙ୍ଗ ୯.୮ପ୍ରତିଶତ, ଦିଲ୍ଲୀ ୯.୫ ପ୍ରତିଶତ, ଗୁଜରାଟ ୮.୮ ପ୍ରତିଶତ, କର୍ଣ୍ଣାଟକ ୮.୯ପ୍ରତିଶତ ଓ ମଧ୍ୟପ୍ରଦେଶ ୭.୬ ପ୍ରତିଶତ ଆବର୍ଜନା ସୃଷ୍ଟି କରୁଛି।